ନୂଆପଡ଼ା -୨୭/୧୧ (ମାରାଗୁଡ଼ା ଏକ୍ସପ୍ରେସ) ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅଦାଲତ ଆନୁକୁଲ୍ୟରେ ଏବଂ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ବରିଷ୍ଠ ଦେୱାନୀ (ମହିଳା କୋର୍ଟ) ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର୍ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଅଧିବକ୍ତାଗଣ, ଅଧିକାର ମିତ୍ରଗଣ ଓ ଜିଲ୍ଲା କୋର୍ଟର କାର୍ଯ୍ଯକର୍ତ୍ତାଗଣ ଉପସ୍ଥିତ ହୋଇ ସମ୍ବିଧାନର ଆମୁଖ ପାଠ କରିଥିଲେ ।
ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମହାମାୟା ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସଚିବ ସୁଶ୍ରୀ ଦାଶ ସମ୍ବିଧାନରେ ବର୍ଣିତ ମୌଳିକ କର୍ତ୍ତବ୍ଯ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ବରିଷ୍ଠ ଅଧିବକ୍ତା କୁମୁଦ କୁମାର ହୋତା ମୌଳିକ ଅଧିକାର ଉପରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ଉପରେ ଆଲୋକପାତ କରିଥିଲେ । ସେହିପରି ମହାମାୟା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ତାଣ୍ଡି ଭାରତୀୟ ସମ୍ବିଧାନର ସାରାଂଶ ଏବଂ ରାଷ୍ଟ୍ରିୟ ନିର୍ଦ୍ଦେଶାତ୍ମକ ନୀତି ବିସ୍ତୃତ ଧାରଣା ପ୍ରଦାନ କରିଥିଲେ।


ନୂଆପଡ଼ା ଜିଲ୍ଲା ଅଦାଲତରେ ସମ୍ବିଧାନ ଦିବସ ପାଳିତ।
32