
ନୂଆପଡ଼ା -୧୧/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ରେ ସାର ଚାହିଦା ବେଶି ଥିବା ବେଳେ ଚାଷୀମାନେ ସଠିକ ରୁପେ ପାଇପାରୁ ନଥିଲେ ଓ ଅଭାବି ବିକ୍ରୀ ଶିକାର ହେଉଥିଲେ। ଚାଷି ଙ୍କ ଏସବୁ ସମସ୍ୟା ର ନିରାକରଣ ନିମନ୍ତେ କୃଷି ମନ୍ତ୍ରୀ ତଥା ଉପ ମୂଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂ ଦେଓ କୃଷି ସଚିବ ଓ ନୂଆପଡ଼ା ଜିଲ୍ଲାପାଳଙ୍କ ସହ ଚର୍ଚ୍ଚା ଆଲୋଚନା ତଥା ଅନୁରୋଧ କ୍ରମେ ଅଞ୍ଚଳର ୟୂରିଆ ସାରର ଅଭାବ ଦୂର କରିବା ପାଇଁ ଆସନ୍ତା ୩ ଦିନ ପରେ ଖରିଆର ରୋଡ ରେଳ ଷ୍ଟେସନକୁ ୨୬,୦୦୦ ବସ୍ତା ୟୂରିଆ ସାର୍ ଆସି ପହଞ୍ଚିବ ବୋଲି ଜିଲ୍ଲା ଭାଜପା ପକ୍ଷରୁ ସୂଚନା ମିଳିଛି। ତାର ସୁଷମ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କ ସହ ଭାରତୀୟ ଜନତା ପାର୍ଟିର ଗୋଟିଏ ପ୍ରତିନିଧି ଦଳ ଜିଲ୍ଲା ସଭାପତି କମଲେଶ ଦିକ୍ଷୀତ ଓ ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ନେତୃତ୍ୱ ରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ସାକ୍ଷାତ କରି ସୁଚାରୁ ରୁପେ ସାର ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।
ନୂଆପଡ଼ା ଜିଲ୍ଲା କୁ ପୁଣି ୨୬ ହଜାର ବସ୍ତା ୟୁରିଆ ସାର ଆସୁଛି।
55
previous post