Home ରାଜ୍ୟନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ

ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ

ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ

by Maraguda Express
0 comments

ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ l
ନୂଆପଡ଼ା -୫/୭(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ , ଡେପୁଟୀ କଲେକ୍ଟର ଶେଖ୍ ନସିମ, ହେମନ୍ତ ପୁଟା, ପ୍ରବୀର କୁମାର ଦଣ୍ଡସେନା, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ଏମ୍ ଭି ଆଇ , ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ରାଜସ୍ଵ ଅଧିକାରୀ ମାନେ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ l ସେମାନଙ୍କ ପରିଶ୍ରମ ଏବଂ କ୍ରିୟଶୀଳତା ଉପରେ ପ୍ରଶାସନର ସଫଳତା ନିର୍ଭର କରେ l ସମସ୍ତ ରାଜସ୍ଵ ଅଧିକାରୀ ନିୟମିତ ବିଭିନ୍ନ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ l ସମସ୍ତ ଅଧିକାରୀ ସହଯୋଗ କରି ଜିଲ୍ଲା ରେଡକ୍ରସ୍ ପାଣ୍ଠି ବୃଦ୍ଧି କରନ୍ତୁ । ବିଭିନ୍ନ ବିଭାଗର ସମୀକ୍ଷାରୁ ଜଣାଗଲା ଯେ ଚଳିତ ଆର୍ଥିକ ବର୍ଷ ୨୦୨୫ ଜୁନ଼୍ ପର୍ଯ୍ୟନ୍ତ ଆଂଚଳିକ ପରିବହନ ଅଧିକାରୀ ଙ୍କ ଦ୍ଵାରା ୩,୫୪,୧୦,୦୦୦ ଟଙ୍କା ସଂଗ୍ରହ ହୋଇଛି । ଜିଲ୍ଲାପାଳ କହିଲେ ଯେ ରାସ୍ତା ଦୁର୍ଘଟଣାରେ ବିଶେଷକରି ବାଇକ୍ ଚାଳକ ଯୁବା ବର୍ଗଙ୍କ ଜୀବନ ହାନି ଘଟୁଥିବାରୁ ମଦ୍ୟପାନ ଏବଂ ବିନା ହେଲମେଟରେ ବାଇକ୍ ଚାଳନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉ l ଅବକାରୀ ବିଭାଗ ଦ୍ଵାରା ଜୁନ୍ ସୁଦ୍ଧା ୪ କୋଟି ୭୭ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ବେଆଇନ୍ ମଦ କୋଠି, କଫ ସିରପ , ଗଞ୍ଜେଇ କାରବାରକୁ ଦୃଢ଼ ହସ୍ତରେ ଦମନ କରି କେଶ୍ ସଂଖ୍ୟା ବଢାଇବା ପାଇଁ ଜିଲ୍ଲାପାଳ ଅବକାରୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ୍ ପଥରରୁ ନିୟମିତ ରାଜସ୍ବ ସଂଗ୍ରହ ହେବ l ମାଇନିଙ୍ଗ , ପୋଲିସ ଓ ତହସିଲ୍ ବିଭାଗ ମିଳିତ ଭାବରେ ରେଡ୍ କରିବେ । ଖଣି ବିଭାଗ ଜୁନ୍ ସୁଦ୍ଧା 1 କୋଟି ୫୦ ଲକ୍ଷ ଟଙ୍କା ରାଜସ୍ୱ ଦେଇଛନ୍ତି lଜିଲ୍ଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ମାସ ଶେଷ ସୁଦ୍ଧା ୧,୭୨,୪୧,୦୦୦ ଟଙ୍କା ଆଦାୟ ହୋଇଛି l ଜିଲ୍ଲାପାଳ କହିଲେ ତହସିଲଦାର ମାନେ ସମସ୍ତ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘର ଡିହ ପଟ୍ଟା ଯୋଗାଇଦେବେ। ପଡ଼ିରହିଥିବା ସମସ୍ତ ରାଜସ୍ବ କେଶ୍ ଓ ମ୍ୟୁଟେସନ କେଶ୍ ଶିଘ୍ର ସମାଧାନ ହେବ l ଜିଲ୍ଲାର ଜଙ୍ଗଲ ଜମି ଏବଂ ଗୋଚର ଜମିରୁ ଜବର ଦଖଲ ଅତି ଶିଘ୍ର ଉଚ୍ଛେଦ କରି ତାକୁ ସଂରକ୍ଷିତ ରଖାଯିବ। ନୂଆପଡ଼ା ଏନ୍ ଏ ସି ରେ ଶାକାତୋରା ରେ ୧୬ ଏକର ସରକାରୀ ଜମି ବାଡ଼ବନ୍ଦି ହୋଇଥିବା ଇ ଓ କୁରୁକ୍ଷେତ୍ର ନାୟକ ପ୍ରକାଶ କରିଥିଲେ l ସେହିପରି ଖରିଆର ରୋଡ଼ ଏନ୍ ଏ ସି ରେ ୧୨ ଏକର ଜମି ବାଡ ବନ୍ଦି ହୋଇଥିବା ଇ ଓ କମଳା ସନ ରଥ ପ୍ରକାଶ କରିଥିଲେ l ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନେ ତହସିଲଦାର ମାନଙ୍କ ସହଯୋଗରେ ସହରାଞ୍ଚଳର ରାସ୍ତା ଘାଟରୁ ଜବର ଦଖଲ ଉଚ୍ଛେଦ କରିବେ। ଜିଲ୍ଲାରେ ସରକାରୀ ଜମି ଆବାଦ କରିବା ପାଇଁ ୨ କୋଟି ୧୭ ଲକ୍ଷ ଟଙ୍କା ଅନୁଦାନ ଆସିଛି l ଜିଲ୍ଲାପାଳ କହିଲେ ଯେ ତହସିଲଦଦାର ମାନେ ପ୍ରତି ତହସିଲରେ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ହେଲ୍ପ୍ ଡେସ୍କ ସ୍ଥାପନ କରିବେ ଏବଂ କେଉଁ ବିଭାଗରେ କେଉଁ କାମ ହେଉଛି ସାଇନ୍ ବୋର୍ଡ ଲଗାଇବା ବ୍ୟବସ୍ଥା କରିବେ। ଗ୍ରାମ୍ୟ ଜଙ୍ଗଲ ଜମି ସବୁ ଚିହ୍ନଟ ହୋଇ ବ୍ୟାପକ ବୃକ୍ଷ ରୋପଣ କରାଯିବ l ଗତ ମାସ ଯାଏଁ ସମସ୍ତ ତହସିଲରେ ୩୦୫୩ ଟି ପାର୍ଚ୍ଚା ଦ୍ଵିତୀୟ ଖାନା ସଂଶୋଧନ ହୋଇଛି ଏବଂ ୪୦୪୬ ଟି ମ୍ୟୁଟେସନ କେଶ୍ ସମାଧାନ ହୋଇଛି lପ୍ରଶାସନର ସମସ୍ତ ବିଭାଗ ନିର୍ଦ୍ଧାରିତ ରାଜସ୍ୱ ଠିକ୍ ସମୟରେ ସଂଗ୍ରହ କରି ଲୋକମାନଙ୍କ ଦ୍ଵାର ଦେଶରେ ବିଭିନ୍ନ ସେବା ଯୋଗାଇ ଦେବେ। ନୂଆପଡ଼ା ଜିଲ୍ଲା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଜିଲ୍ଲାକୁ ଆଉ ଏହିଭଳି ପ୍ଲାଷ୍ଟିକ ଜମାରୁ ଆସିବ ନାହିଁ କିମ୍ବା କୌଣସି ଦୋକାନରେ ବିକ୍ରି ହେବନାହିଁ l ସମସ୍ତ ରାଜସ୍ୱ ଅଧିକାରୀ ଜିଲ୍ଲାକୁ ସ୍ଵଚ୍ଛ ରଖିବା, ପ୍ଲାଷ୍ଟିକ ମୁକ୍ତ କରିବା, ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha