Home ରାଜ୍ୟନୂଆପଡା ଉପନିର୍ବାଚନ-୨୦୨୫: ମତଦାନ ଏବଂ ଭୋଟ ଗଣତି ସମୟରେ ମଦ ଦୋକାନ ବନ୍ଦ ସହିତ “ଡ୍ରାଇ ଡେ” ଘୋଷିତ ହେଲା।

ନୂଆପଡା ଉପନିର୍ବାଚନ-୨୦୨୫: ମତଦାନ ଏବଂ ଭୋଟ ଗଣତି ସମୟରେ ମଦ ଦୋକାନ ବନ୍ଦ ସହିତ “ଡ୍ରାଇ ଡେ” ଘୋଷିତ ହେଲା।

by Maraguda Express
0 comments

ନୂଆପଡା -୨୩/୧୦(ସୁରେନ୍ଦ୍ର ତିୱାରୀ) ନୂଆପଡା ଉପ ନିର୍ବାଚନ ପାଇଁ ମତଦାନ ଏବଂ ଭୋଟ ଗଣତି ସମୟରେ ମଦ ଦୋକାନ ବନ୍ଦ ସହିତ “ଡ୍ରାଇ ଡେ” ଘୋଷିତ ହେଲା l ଏହା ଅବକାରୀ କମିଶନର,ଓଡିଶା, କଟକଙ୍କ ଚିଠି ସଂଖ୍ୟା- ୮୫୦୬ ତାରିଖ- ୨୦/୧୦/୨୫ ଅନୁଯାୟୀ, ଏବଂ ଜିଲ୍ଲାପାଳ ଙ୍କୁ ପ୍ରାପ୍ତ କ୍ଷମତା ଅନୁସାରେ ନିର୍ଦ୍ଦେଶିତ ହୋଇଛି l ନୂଆପଡ଼ା ଜିଲ୍ଲାର ସମସ୍ତ ପ୍ରକାରର ମଦ ଦୋକାନ ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ନଭେମ୍ବର ୦୯ ତାରିଖ ଅପରାହ୍ନ ୦୪.00 ଘଣ୍ଟା ଠାରୁ ମତଦାନ ଦିନ ୧୧ ତାରିଖ ଭୋଟ୍ ଗ୍ରହଣ ପରିସମାପ୍ତି ପର୍ଯ୍ୟନ୍ତ ଅର୍ଥାତ୍ 48 ଘଣ୍ଟା ପୂର୍ବରୁ ଏବଂ ୧୪ ତାରିଖ ମତ ଗଣନା ସମ୍ପୂର୍ଣ୍ଣ ଦିନ ନୂଆପଡା ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ l
ନୂଆପଡା ବିଧାନସଭା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ତିନିଦିନ “ଶୁଷ୍କ ଦିବସ” ଭାବରେ ଘୋଷଣା କରାଯାଇଛି।
ନୂଆପଡା ଜିଲ୍ଲା ମଧ୍ୟରେ ଏହି ସମୟରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ପାଇଁ ମଦର ଚୋରା ଓ ଅବୈଧ ଚାଲାଣ କୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha