Home ରାଜ୍ୟନୂଆପଡ଼ାରେ ଚମକିବ ‘ମିୟାଜାକି’ ଓ ‘ବାନାନା ମ୍ୟାଙ୍ଗୋ’ : ଆରମ୍ଭ ହେଲା ପାଞ୍ଚଦିନିଆ ଜିଲ୍ଲାସ୍ତରୀୟ ଆମ୍ବ ମେଳା-୨୦୨୬।

ନୂଆପଡ଼ାରେ ଚମକିବ ‘ମିୟାଜାକି’ ଓ ‘ବାନାନା ମ୍ୟାଙ୍ଗୋ’ : ଆରମ୍ଭ ହେଲା ପାଞ୍ଚଦିନିଆ ଜିଲ୍ଲାସ୍ତରୀୟ ଆମ୍ବ ମେଳା-୨୦୨୬।

by Maraguda Express
0 comments
ନୂଆପଡ଼ା -୨୦/୬ ନୂଆପଡ଼ା ଜିଲ୍ଲାବାସୀ ଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ORMAS) ଏବଂ ନୂଆପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳ୍ୟରେ ଜିଲ୍ଲା ମୁଖ୍ୟାଳୟ ପରିସରରେ ଆଡ଼ମ୍ବର ସହକାରେ ଉଦ୍‌ଘାଟିତ ହୋଇଯାଇଛି ପାଞ୍ଚଦିନିଆ “ଜିଲ୍ଲାସ୍ତରୀୟ ଆମ୍ବ ମେଳା-୨୦୨୬ “।
ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ଭବ୍ୟ ମେଳାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
ଚଳିତ ବର୍ଷ ମେଳାର ସବୁଠାରୁ ବଡ଼ ଆକର୍ଷଣ ସାଜିଛି ବିଭିନ୍ନ ବିରଳ ଓ ଉନ୍ନତ ପ୍ରଜାତିର ଆମ୍ବ। ଜିଲ୍ଲାର ସ୍ଥାନୀୟ ପ୍ରଗତିଶୀଳ ଚାଷୀ ଓ ଉଦ୍ୟୋଗୀ ମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରାୟ ୪୫ ଟି ଉନ୍ନତ ପ୍ରଜାତିର ଆମ୍ବ ଏଠାରେ ପ୍ରଦର୍ଶିତ ହେଉଛି। ମେଳାରେ ସ୍ଥାନ ପାଇଥିବା କିଛି ମୁଖ୍ୟ ପ୍ରଜାତି:
” ମିୟାଜାକି” ବିଶ୍ୱର ସବୁଠାରୁ ଦାମୀ ଆମ୍ବ ଭାବେ ଜଣାଶୁଣା।
“ବାନାନା ମ୍ୟାଙ୍ଗୋ” ଦେଖିବାକୁ କଦଳୀ ସଦୃଶ ଆକର୍ଷଣୀୟ।
ଅମୃତମ୍ ଆଇସ୍ ବକ୍ସ ଓ ୟୋୱିନ୍ ମ୍ୟାଙ୍ଗୋ।
ଥାଇ ହ୍ୱାଇଟ୍, ଅରୁଣିମା, ଲାଲିମା, ନୀଳେଶ୍ୱରୀ ଓ ରୋମାନୀ ରତ୍ନ ଆମ୍ବ।ଉପରୋକ୍ତ ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାରେ ଆମ୍ବ ଚାଷକୁ ବ୍ୟାପକ ପ୍ରୋତ୍ସାହିତ କରିବା, ସ୍ଥାନୀୟ ଚାଷୀଙ୍କ ପାଇଁ ବଜାର ତଥା ସିଧାସଳଖ ବିପଣନ ସୁଯୋଗ ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏହି ଉନ୍ନତ କିସମର ଚାଷ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ମେଳାର ମୁଖ୍ୟ ଲକ୍ଷ୍ୟ ଅଟେ।ଏହି ଉଦ୍‌ଘାଟନୀ ମହୋତ୍ସବରେ ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଡିଏଫ୍‌ଓ (ବନ୍ୟଜନ୍ତୁ) ସମୀର କୁମାର ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ ଏବଂ ଓରମାସର ଡେପୁଟି ସିଇଓ ବିଦେଶ ଘୋଷଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ।
ସୂଚନା ଯୋଗ୍ୟ ଯେ ,ଏହି ରଙ୍ଗାରଙ୍ଗ ଆମ୍ବ ମେଳା ଆସନ୍ତା ୨୪ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଜନସାଧାରଣ ଏହି ମେଳାକୁ ଆସି କେବଳ ବିଭିନ୍ନ କିସମର ଆମ୍ବ ଦେଖିବାର ମଜା ନେବେନି, ବରଂ ନିଜ ପସନ୍ଦର ସ୍ୱାଦିଷ୍ଟ ଓ ସେଭଳି ବିରଳ ଆମ୍ବ ମଧ୍ୟ କ୍ରୟ କରିପାରିବେ। ତେବେ ଆଉ ବିଳମ୍ବ କାହିଁକି ? ଆଜି ହିଁ ପରିବାର ସହ ଆସନ୍ତୁ ନୂଆପଡ଼ା ଆମ୍ବ ମେଳାକୁ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha