
ନୂଆପଡ଼ା -୩୦/୯ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଉପତ୍ୟକା ର ଆଦିମ ଜନଜାତି ଛାତ୍ରୀ ପ୍ରଥମ ପିଏଚଡି ଲାଭ କରିଥିବା ଜୟମନୀ ଝାଙ୍କର ଙ୍କୁ ଜିଲ୍ଲାପାଳ ମଧୁସୁଦନ ଦାଶ ତାଙ୍କ କାର୍ଯ୍ୟାଳୟ ସ୍ଥିତ ପ୍ରକୋଷ୍ଠ ରେ ସ୍ଵାଗତ କରି ସମ୍ବର୍ଦ୍ଧିତ କରିଥିଲେ। ସୁନାବେଡ଼ା ଉପତ୍ୟକା ରେ ବସବାସ କରୁଥିବା ଛାତ୍ରୀ ଜୟମନି, ଚାକୋଟିଆ ଭୁଞ୍ଜୀଆ ଆଦିମ ଜନଜାତି ବର୍ଗ ର ଆଦିବାସୀ ଛାତ୍ରୀ ଅଟନ୍ତି। ସାମାଜିକ ଅନ୍ଧ ବିଶ୍ୱାସ ଓ ପ୍ରତିବନ୍ଧକ କୁ ଭୂକ୍ଷେପ ନ କରି ନିଜ ଶିକ୍ଷା ଉପରେ ଏକ କେନ୍ଦ୍ରିକ ହୋଇ ସେ ଏହି ବିରାଟ ସଫଳତା ପାଇଥିଲେ। ବାପା ବିଜୟ କୁମାର ଝାଙ୍କର ଓ ମାତା ବୈଦେହି ଝାଙ୍କର ସେ ହେଉଛନ୍ତି ତୃତୀୟ କନ୍ୟା ସନ୍ତାନ। ସେ ଆଜି ଶିକ୍ଷାର ଯାତ୍ରା ରେ ଉଚ୍ଚତମ ପାହାଚ ରେ ଚଢ଼ି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ସ୍ରୋତ ସାଜିଛନ୍ତି। ଜୟମନୀ ର ଶିକ୍ଷାର ଏହି ଜୟ ଯାତ୍ରା ରେ ସମୟ କ୍ରମେ ଅନେକ ଲୋକଙ୍କ ସାହାଯ୍ୟ,ସହଯୋଗ ଓ ମାର୍ଗ ଦର୍ଶନ ରହିଛି। ସେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଠାରୁ ଆଦିମ ଜନଜାତି ଶିକ୍ଷିତ ମହିଳା ରୂପେ ପୁରସ୍କୃତ ହୋଇସାରିଛନ୍ତି। ହାଇସ୍କୁଲ ଶିକ୍ଷା ସେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଧରମବନ୍ଧା ରେ ଅଧ୍ୟୟନ କରିଥିଲେ। ଉପରୋକ୍ତ ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ତାଙ୍କୁ ଆଜି କାର୍ଯ୍ୟାଳୟ ସ୍ଥିତ ପ୍ରକୋଷ୍ଠ ରେ ସ୍ଵାଗତ କରି ସମ୍ବର୍ଦ୍ଧିତ କରିଛନ୍ତି।
