Home ରାଜ୍ୟଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବିଭିନ୍ନ ବୁଥ ପରିଦର୍ଶନ ଓ ବୁଥ ସ୍ତରୀୟ ଅଧିକାରୀ,ବିଏଲଓ ମାନଙ୍କ କାର୍ଯ୍ୟ ସମୀକ୍ଷା।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବିଭିନ୍ନ ବୁଥ ପରିଦର୍ଶନ ଓ ବୁଥ ସ୍ତରୀୟ ଅଧିକାରୀ,ବିଏଲଓ ମାନଙ୍କ କାର୍ଯ୍ୟ ସମୀକ୍ଷା।

by Maraguda Express
0 comments

ନୂଆପଡା -୩୦/୯ (ସୁରେନ୍ଦ୍ର ତିୱାରୀ) ଆଗାମୀ ୭୧- ନୂଆପଡା ବିଧାନସଭା ଉପ ନିର୍ବାଚନ ନିମନ୍ତେ ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୂସୁଦନ ଦାଶ ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି l ନୂଆପଡା ବ୍ଲକ୍ , କୋମନା ବ୍ଲକ୍ ଓ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ବିଭିନ୍ନ ବିଦ୍ୟାଳୟ , ଯେଉଁ ଗୁଡ଼ିକ ମତଦାନ କେନ୍ଦ୍ର ରୂପେ କାର୍ଯ୍ୟକାରୀ ହେବ ସେଠାରେ ସର୍ବନିମ୍ନ ସୁବିଧା ସୁଯୋଗ ଅଛି ନା ନାହିଁ ତାହା ସୁନିଶ୍ଚିତ କରିଛନ୍ତି।ଏହା ସହିତ ବୁଥ ସ୍ତରୀୟ ଅଧିକାରୀ , ବିଏଲଓ ମାନଙ୍କ ଦ୍ଵାରା ଭୋଟର୍ ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ ଏସଏସଆର ସମ୍ପର୍କରେ ସେମାନଙ୍କ କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ନୂଆପଡା ବିଡିଓ ରୋହିତ ଭୋଇ , କୋମନା ବିଡ଼ିଓ ସର୍ବେଶ୍ଵର ଜାଲ, ବିଭିନ୍ନ ବି ଏଲ ଓ ପ୍ରମୁଖ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ ପଡ଼ି ରହିଥିବା ପ୍ଲାଷ୍ଟିକ ଏବଂ ଅଳିଆ ଆବର୍ଜନା ନିଜ ଉପସ୍ଥିତିରେ ସଫା କରି ଶିକ୍ଷକ ତଥା ବିଏଲଓ ମାନଙ୍କୁ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha