Home ରାଜ୍ୟପ୍ରବାସୀ ଶ୍ରମିକଙ୍କ ଦ୍ଵାର ରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲପାଳଙ୍କ ନିର୍ଦ୍ଦେଶ।

ପ୍ରବାସୀ ଶ୍ରମିକଙ୍କ ଦ୍ଵାର ରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲପାଳଙ୍କ ନିର୍ଦ୍ଦେଶ।

by Maraguda Express
0 comments

ନୂଆପଡା – ୨୮/୧(ମାରଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସାମଗ୍ରିକ କଲ୍ୟାଣ ନିମନ୍ତେ ସମସ୍ତ ସମ୍ପୃକ୍ତ ବିଭାଗଙ୍କ ସହଭାଗିତାରେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଆଜି ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶ୍ରମ ଉପ ଆୟୁକ୍ତ ରବୀନ୍ଦ୍ର ବାର୍ଲା ସମସ୍ତଙ୍କୁ ସ୍ଵାଗତ କରି ନିଜ ବିଭାଗର ଆଭିମୁଖ୍ୟ ଓ ସଫଳତା ଉପସ୍ଥାପନ କରିଥିଲେ । ବୈଠକରେ ଜିଲ୍ଲାପାଳ କହିଲେ ଯେ, ଜିଲ୍ଲାରେ ପ୍ରବାସୀ ଶ୍ରମିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବହୁମୁଖୀ ଓ ସମନ୍ୱୟମୂଳକ ହସ୍ତକ୍ଷେପ ଆବଶ୍ୟକ। ଶ୍ରମିକମାନେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ପାଇଁ ଆଞ୍ଚଳିକ ପରିବହନ ବିଭାଗକୁ, ଶ୍ରମିକ ପରିବହନ, ଦଲାଲ କାର୍ଯ୍ୟକଳାପ ଓ ଅନଧିକୃତ ଯାନ ଚଳାଚଳ ଉପରେ କଡା ନଜର ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲା ଶ୍ରମ ବିଭାଗକୁ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ, ସଚେତନତା ସୃଷ୍ଟି ଓ କଲ୍ୟାଣମୂଳକ ଯୋଜନାର ସଠିକ୍ କାର୍ଯ୍ୟାନ୍ବୟନ ପାଇଁ ସକ୍ରିୟ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ବୈଠକରେ ସମସ୍ତ ଲାଇନ୍ ବିଭାଗ ନିଜ ନିଜ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକ ଓ ତାଙ୍କ ପରିବାରଙ୍କ କଲ୍ୟାଣ ନିମନ୍ତେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସହକାରୀ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ସୂଚନା ଦେଇ କହିଥିଲେ ଯେ, ବିଭାଗ ପକ୍ଷରୁ ଗତମାସ ୪ଟି ପ୍ରବାସୀ ପରିବାରକୁ ହାଇବ୍ରିଡ ପନିପରିବା ଚାଷ ପାଇଁ ୧୬,୦୦୦ ଟଙ୍କା ଏବଂ ୫ଟି ପ୍ରବାସୀ ପରିବାରକୁ ଛତୁ ଚାଷ ପାଇଁ ୩୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହିଭଳି ମୋଟ ୫୧,୦୦୦ ଟଙ୍କାର ସହାୟତା ମାଧ୍ୟମରେ ପ୍ରବାସୀ ପରିବାରଙ୍କୁ ସ୍ଥାନୀୟ ସ୍ତରରେ ଜୀବିକା ସୃଷ୍ଟିରେ ସହଯୋଗ କରାଯାଉଛି।
ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲଦାରଙ୍କୁ ଜିଲ୍ଲାରେ ଥିବା ଭୂମିହୀନ ଓ ସମ୍ପୂର୍ଣ୍ଣ ଭୂମିହୀନ ପ୍ରବାସୀ ଶ୍ରମିକଙ୍କ ଚିହ୍ନଟ ପାଇଁ ଶୀଘ୍ର ସର୍ବେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବେକ୍ଷଣ ପରେ ଏଭଳି ଶ୍ରମିକ ପରିବାର ପାଇଁ ଅତି କମରେ୨୫ ଡିସିମିଲ କୃଷି ଜମି ବନ୍ଦୋବସ୍ତ କରାଯିବ ବୋଲି ସେ କହିଥିଲେ। ଏହା ମାଧ୍ୟମରେ ପ୍ରବାସ ପ୍ରବୃତ୍ତି ହ୍ରାସ ପାଇବ ଏବଂ ଶ୍ରମିକ ପରିବାରମାନେ ସ୍ଥାନୀୟ ସ୍ତରରେ ସ୍ଥାୟୀ ଜୀବିକା ସୁନିଶ୍ଚିତ କରିପାରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ ଆଞ୍ଚଳିକ ବିକାଶ ସହଯୋଗ କେନ୍ଦ୍ର RCDC ପକ୍ଷରୁ ପ୍ରସ୍ତୁତ ’ ଶିଶୁ ସୁରକ୍ଷା ସହାୟିକା ପୁସ୍ତକ’ କୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ସମସ୍ତ ତହସିଲଦାର, ବିଡିଓ , ଜିଲ୍ଲାସ୍ତରୀୟ ଅଧିକାରୀ , ଲାଇନ୍ ବିଭାଗ ଅଧିକାରୀ , ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ଵାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରବାସୀ ଶ୍ରମିକ ମାନଙ୍କ ପ୍ରତି ସମ୍ବେଦନଶିଳ ହୋଇ ସେମାନଙ୍କ ଜୀବନ ଜିବିକା ର ସଂସ୍ଥାପନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha