7
ନୂଆପଡା -୨୭/୩ – “ବଡ଼ତେ କଦମ୍” ଜନ ସଚେତନତା କାର୍ଯୟକ୍ରମ ର ସଫଳ ଆୟୋଜନ ଆଜି ହୋଇଯାଛି। ସ୍ଵେଛାସେବୀ ଅନୁଷ୍ଠାନ ପରଦା, ନୂଆପଡା ଓ ନେସେନାଲ ଟ୍ରଷ୍ଟଙ୍କ ହଯୋଗରେ ସ୍ଥାନୀୟ ରାଜୀବ ସେବା କେନ୍ଦ୍ର, ବ୍ଲକ ପରିସରରେ ଏହାର ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଭିନ୍ନକ୍ଷମ ପୁରୁଷ ଓ ମହିଳା ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ଯାହା ଏହି ପ୍ରୟାସର ପ୍ରାସଙ୍ଗିକତାକୁ ପ୍ରକାଶ କରିଥିଲା।
ଭରତ ସାହିନଶା ତାଙ୍କ ବକ୍ତବ୍ୟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ଆର୍ଥିକ ସହାୟତା କିପରି ପାଇବେ, ସେ ସମ୍ପର୍କରେ ସମସ୍ତଙ୍କୁ ସହଜ ଭାବରେ ବୁଝାଇଥିଲେ। କାର୍ଯ୍ୟକ୍ରମଟିକୁ ପରଦା ଅନୁଷ୍ଠାନର ଅଧ୍ୟକ୍ଷ ରୁଦ୍ର ପଟ୍ଟନାୟକ ସଫଳତାର ସହ ପରିଚାଳନା କରିଥିଲେ ଓ “ନିରାମୟ” ଯୋଜନା ଉପରେ ଏକ ସ୍ପଷ୍ଟ ଉପସ୍ଥାପନା ଦେଇଥିଲେ।
