ନୂଆପଡ଼ା -୫/୮(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ସହର ଦେଇ ପ୍ରବାହିତ ଉଦନ୍ତୀ ନଦୀ ରୁ ବେନିୟମ ଭାବରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ସିନାପାଲି ଅଞ୍ଚଳ ରେ ବାଲି ଉତ୍ସ ଗୁଡ଼ିକ ନିଲାମ ହୋଇ ନ ଥିବା ବେଳେ ମାଫିଆ ମାନେ ଦିନ ଦ୍ଵୀ ପ୍ରହର ରେ ଧର୍ମ କୁ ଆଖିଠାର ମାରି ଚୋରା ଚାଲାଣ କରୁଛନ୍ତି। କିଛି ମାଫିଆ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ସଲାସୁତୁରା କରି ଏହି କାରବାର ଚଳାଇଥିବା ବେଳେ ବେଶ୍ ମୁନାଫା ଉଠାଇ ଚାଲିଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହେଉଛି। ଉଦନ୍ତୀ ନଦୀ ରୁ ବାଲି ଉଠାଇ ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ବିକ୍ରୀ ହେଉଥିବା ବେଳେ ସୀମାନ୍ତ ଛତିଶଗଡ଼ ଅଞ୍ଚଳ କୁ ମଧ୍ୟ ଚୋରା ଚାଲାଣ ହେଉଛି । ହେଲେ ଏଥି ପ୍ରତି ପ୍ରଶାସନିକ ଅଧିକାରୀ ମାନେ ନୀରବଦ୍ରଷ୍ଟା ସାଜିଛନ୍ତି। ଯାହା ଫଳରେ ବ୍ୟାପକ ରାଜସ୍ୱ ହାନୀ ହେଉଛି।ନୂଆପଡ଼ା ଜିଲ୍ଲା ରାଜସ୍ୱ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳ ମଧୁସୂଦନ ଦାସ ବୈଠକ ଡାକି ରାଜସ୍ୱ ଆଦାୟ ବୃଦ୍ଧି ଓ ରେଡକ୍ରସ ପାଣ୍ଠି ବୃଦ୍ଧି କରାଇବା ଲକ୍ଷ୍ୟ ନେଇ ବିଭିନ୍ନ ଉତ୍ସ ରୁ ବେନିୟମ ଚାଲାଣ ଉପରେ ଅଙ୍କୁଶ ଲଗାଇବା ସହ ପ୍ରତି ଦିନ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏଠାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଅବମାନନା କରୁଛନ୍ତି। ଉଦନ୍ତୀ ନଦୀ ସିନ୍ଦୂରସୀଲ, ଘାଟମାଳ ଅଞ୍ଚଳ ରୁ ବୋଡ଼େନ ଓ ଛତିଶଗଡ଼ ଅଞ୍ଚଳ କୁ ପ୍ରତିଦିନ ଶହ ଶହ ଟ୍ରିପ ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ବେଳେ ନିଲଜୀ, ଲିଆଡ୍, ସରଧାପୁର, ଚଳନା, ପତିଏଲପଡ଼ା ନଦୀ ଘାଟ ରୁ ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରୁଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ର ଉଦ୍ଦେଶ୍ୟ କଣ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସିନାପାଲି ସହର ନିକଟସ୍ଥ କିଛି ବାଲି ଘାଟରୁ କେତେବେଳେ କଣ ଧର୍ମ କୁ ଆଖି ଠାର ନୀତି ରେ ଚଢାଉ କରାଯାଉଥିବା ବେଳେ ବାଲି ଟ୍ରିପ ପିଛା ୨୮୦୦ ଟଙ୍କା ରୁ ୩୦୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଯାହା ଫଳରେ ଗରିବ ଶ୍ରେଣୀର ଲୋକେ ଆବାସ ଯୋଜନା ଗୃହ ଟିଏ ତିଆରି କରିବାରେ ମାଫିଆ ମାନଙ୍କ ଠାରୁ ଶୋଷଣ ର ଶୀକାର ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସଧାରଣ ରେ ଦାବୀ ହେଉଛି।
ବାଲି ଚୋରା ଚାଲାଣ: ଅଧିକାରୀ ମାଫିଆ କୋଳାକୋଳି, କାର୍ଯ୍ୟାନୁଷ୍ଠାନ ଶୁନ
84