Home ରାଜ୍ୟନୂଆପଡ଼ାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ସଚେତନତା ଭ୍ୟାନର ଶୁଭାରମ୍ଭ : ଜିଲ୍ଲାବ୍ୟାପୀ ସଚେତନତା ଅଭିଯାନ।

ନୂଆପଡ଼ାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ସଚେତନତା ଭ୍ୟାନର ଶୁଭାରମ୍ଭ : ଜିଲ୍ଲାବ୍ୟାପୀ ସଚେତନତା ଅଭିଯାନ।

by Maraguda Express
0 comments
ନୂଆପଡ଼ା -୩୧/୦୭- ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ସମ୍ପର୍କରେ ସଚେତନ କରିବା ଏବଂ ଅଧିକରୁ ଅଧିକ କୃଷକଙ୍କୁ ଏହି ଯୋଜନାରେ ସାମିଲ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ ସଚେତନତା ଭ୍ୟାନର ଶୁଭ ଉଦ୍ଘାଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା ଭ୍ୟାନକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍କିମ୍ ଅଫିସର ଆଭାସ ନାୟକ, ଦୀପାଶ୍ରୀ ମଣ୍ଡଳ, ବର୍ଷା ଆଜାଦ, ଏସବିଆଇ ଜେନେରାଲ୍ ଇନସୁରେନ୍ସର ଜିଲ୍ଲା ସଂଯୋଜକ ଗୋବିନ୍ଦ ସା ଏବଂ ମିଥଲେଶ ସାହୁ ଉପସ୍ଥିତ ଥିଲେ।
ଏହି ସଚେତନତା ଭ୍ୟାନ ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଗ୍ରାମ ପରିଦର୍ଶନ କରି କୃଷକମାନଙ୍କୁ ଫସଲ ବୀମା ଯୋଜନାର ଲାଭ, ଆବେଦନ ପ୍ରକ୍ରିୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆର୍ଥିକ ସୁରକ୍ଷା ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରିବ। ଏହା ସହ ଅଧିକରୁ ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।
ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀମାନଙ୍କ ପାଇଁ ଏକ ସୁରକ୍ଷା କବଚ। ପ୍ରାକୃତିକ ବିପର୍ଯ୍ୟୟ, ଅତିବୃଷ୍ଟି, ମରୁଡ଼ି କିମ୍ବା ଅନ୍ୟାନ୍ୟ କାରଣରୁ ଫସଲ କ୍ଷତିଗ୍ରସ୍ତ ହେଲେ ଏହି ଯୋଜନା ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କ କୃଷିଜୀବନକୁ ସୁରକ୍ଷିତ କରିଥାଏ।
ଜିଲ୍ଲାର ସମସ୍ତ ଚାଷୀଙ୍କୁ ଏହି ଯୋଜନାର ସୁବିଧା ନେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha