63
ବୋଡେ଼ନ-୧୩/୧୦ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ସଦର ର ଜିତେନ୍ଦ୍ର ବେହେରାଙ୍କର ଜିତୁ ଇଲେକ୍ଟ୍ରୋନିକ୍ସ ଗତ ରାତ୍ରୀ ପ୍ରାୟ ୨ ଟାରେ ବ୍ଲାଷ୍ଟିଙ୍ଗ ହୋଇ ଜଳିପୋଡି ପାଉଁଶ ହୋଇଯାଇଛି ।ସୂଚନା ମୁତାବକ ସବୁଦିନ ପରି ମାଲିକ ସନ୍ଧ୍ୟା ରେ ଦୋକାନ ବନ୍ଦ କରି ଘରକୁ ଯାଇଥଲେ, ହେଲେ ରାତ୍ର ୨ ଟା ରେ ବଡ ଧମାକା ହୋଇ ସଟର ଉଡିଯାଇ କ୍ଷେତରେ ପଡିଛି l ଧମାକା କେହି ଦୁର୍ବୃତ୍ତ କଲା କି ଶଟ ସର୍କିଟ ରୁ ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ l ଏ ସମ୍ପର୍କ ରେ ଦୋକାନ ମାଲିକ ବୋଡେ଼ନ ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି l ପୋଲିସ ଘଟଣାର ତଦନ୍ତ ଚଳାଇଛି।