69
ବୋଡେ଼ନ – ୩/୧୦ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ମାସାନମୁଡା ର ଗରିବ କୋଡିଏ ଜଣ ଚାଷୀଙ୍କ ୧୦ ହେକ୍ଟର ଜମିରେ ଗତ ୫ ଦିନ ରୁ ତୁହା କୁ ତୁହା ବର୍ଷା ଫଳ ରେ ନାଳ ର ବଢ଼ି ପାଣି ମାଡି ଯାଇଛି ।ଯା ଫଳ ରେ ଚାଷୀଙ୍କର ଫଶଲ ନଷ୍ଟ ହୋଇ ଯାଇଥିବାରୁ ଅକାଳ ଚଡକ ପଡିଛି। ଏଣୁ ପ୍ରଶାସନ ତଦନ୍ତ କରି ଶୀଘ୍ର ଫସଲ ର କ୍ଷୟ କ୍ଷତି ଆକଳନ କରି ଭରଣା ଦେବାକୁ ଚାଷୀକୁଳ ତରଫରୁ ଦୃଢ ଦାବୀ ହେଉଛି । ବନ୍ୟାପାଣି ଏତେ ପ୍ରବଳ ସ୍ରୋତ ଥିଲା ଯେ ଘର ଭିତରକୁ ପାଣି ମାଡି ଯାଇଥିଲା ।