
ନୂଆପଡ଼ା -୧୭/୮ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଏକ୍ସ କେଡ଼ର ଶିକ୍ଷକ ସଂଘ ତରଫରୁ ରବିବାର ଏକ ଭବ୍ଯ ବିଦାୟ ସମ୍ବର୍ଦ୍ଧନା ସମାବେଶର ଅୟୋଜନ କରାଯାଇଥିଲା । ଏନେଇ ସ୍ଥାନୀୟ ପିଏମଶ୍ରୀ ହାଇସ୍କୁଲ ପରିସରରେ ସିଆରସିସି ତରୁଣ କୁମାର ମେହେରଙ୍କ ଅଧ୍ଯକ୍ଷତା ରେ ପରିଚାଳିତ ସଭାରେ ମୂଖ୍ଯ ଅତିଥି ଭାବରେ ସିନାପାଲି ଗୋଷ୍ଠି ଶିକ୍ଷାଧିକାରୀ ଯତୀନ୍ଦ୍ର କୁମାର ସେଠ, ବିଶିଷ୍ଟ ଅତିଥି ବୋଡ଼େନ ବ୍ଲକ ଶିକ୍ଷାଧିକାରୀ ରୁଦ୍ରେଶ୍ବର ମେହେର ଓ ମୁଖ୍ଯବକ୍ତା ଭାବରେ ସାହିତ୍ଯିକ ବୈଷ୍ଣବ ମେହେର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏକ୍ସକେଡ଼ର ସଂଘର ରାଜ୍ଯ କାର୍ଯ୍ଯକାରୀ ସଭାପତି ଅଲେଖ ସାହୁ, ରାଜ୍ଯ ଉପସଭାପତି ସପ୍ତମ କିଶୋର ବେହେରା, ନୂଆପଡ଼ା ଜିଲ୍ଲା ଏକ୍ସକେଡ଼ର ସଂଘ ସଂପାଦକ ଭୋଜରାମ ଅହୀର, ବରିଷ୍ଠ ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ମେହେର, ଜିଲ୍ଲା ପ୍ରାଥମିକ ସିଟି ଶିକ୍ଷକ ସଂଘ ସଭାପତି ପଞ୍ଚାନନ ଖମାରୀ ଉପସ୍ଥିତ ଥିଲେ ।
ଏହି ସମାବେଶରେ ସଂଘର ଜିଲ୍ଲା ସଭାପତି ରହିଥିବା ବରିଷ୍ଠ ସଂଗଠକ ଅରୁଣ କୁମାର ଯୋଷୀଙ୍କ ସହ ଦୁର୍ଯ୍ଯୋଧନ ହରପାଲ ଓ ମନଧର ହଂସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏ ଅବସରରେ ଶିକ୍ଷା ଜୀବିକା ପାଇଁ ନହୋଇ ଜୀବନ ପାଇଁ ହେବା ଆବଶ୍ଯକ ଯାହା ସମାଜକୁ ଶୄଙ୍ଖଳିତ ଓ ସଂସ୍କାରିତ କରିବାରେ ସହାୟକ ହେବ ବୋଲି ବକ୍ତାଗଣ ମତ ଦେଇଥିଲେ । ପ୍ରାରମ୍ଭରେ ଭୂତେଶ୍ବର ନାଏକ ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ମହେଶ୍ବର ମେହେର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ଯକ୍ରମକୁ ଲୋକନାଥ ମେହେର ପରିଚାଳନା ଓ ଖଗେଶ୍ବର ମେହେର, ହୀରାଲାଲ ସାହୁ, ବେଣୁଧର ନାଏକ ମାନପତ୍ର ପଠନ କରିଥିଲେ । କାର୍ଯ୍ଯକ୍ରମରେ ସିନାପାଲି ବ୍ଲକର ସମସ୍ତ ଏକ୍ସକେଡ଼ର ଶିକ୍ଷକଙ୍କ ସମେତ ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରୁ ଶିକ୍ଷକ ଯୋଗଦେଇଥିଲେ । ଶେଷରେ ଆଲୋକ ରଞ୍ଜନ ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ଶିବ ମାଝୀ,ଦଶରଥ ଦଣ୍ତସେନା, କ୍ଷିତିଶ କାଣ୍ତ, ସରୋଜ ପାଢ଼ୀ, ପରମାନନ୍ଦ ମାଝୀ, ଲାବଣ୍ଯ ବୈଠାରୁ, ଅର୍ଜୁନ ନାଏକ, ଆନନ୍ଦ ନାଏକ, ଶଶିମୁଖି ପ୍ରଧାନ, ନିଲେନ୍ଦ୍ରୀ ନିଆଲ, ସୁନିତା ମାଝୀ, ପୁଷ୍ପାଞ୍ଜଳି କାଛି, ଗୀତିକା ଖମାରୀ, ସୁରଭି ପଣ୍ତା, କ୍ଷିତିପତି ନାଗ, ଲକ୍ଷ୍ମଣ ହରିଜନ, ସନ୍ତୋଷ ସାହୁ, ପ୍ରଶନ୍ନ ସାହୁ, ଟଙ୍କଧର ସା, ରୁଦ୍ରମାଧବ ଭୋଇ, ନୄସିଂହ କଟା ପ୍ରମୁଖ ସହଯୋଗ କରିଥିଲେ ।
ଶିକ୍ଷା ଜୀବିକା ପାଇଁ ନୁହଁ ଜୀବନ ପାଇଁ ଆବଶ୍ଯକ‐ ଏକ୍ସ କେଡ଼ର ଶିକ୍ଷକ ସଂଘର ଭବ୍ଯ ବିଦାୟ ସମ୍ବର୍ଦ୍ଧନା
"ସମାବେଶରେ ସଂଘର ଜିଲ୍ଲା ସଭାପତି ରହିଥିବା ବରିଷ୍ଠ ସଂଗଠକ ଅରୁଣ କୁମାର ଯୋଷୀଙ୍କ ସହ ଦୁର୍ଯ୍ଯୋଧନ ହରପାଲ ଓ ମନଧର ହଂସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା"
141