Home ରାଜ୍ୟଶିକ୍ଷକ ମାନେ ସମାଜର ଆଲୋକ ବର୍ତ୍ତିକା – ଜିଲ୍ଲାପାଳ l

ଶିକ୍ଷକ ମାନେ ସମାଜର ଆଲୋକ ବର୍ତ୍ତିକା – ଜିଲ୍ଲାପାଳ l

ନୂଆପଡାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ l

by Maraguda Express
0 comments

ନୂଆପଡା -୫/୯(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ,ଡି.ଆଇ.ଇ.ଟି. ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ନୂଆପଡ଼ା ଜିଲ୍ଲାପାଳ ମଧୂସୁଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଏ ଡି ଇ ଓ ସୁଧାଂଶୁ ଶେଖର ମିଶ୍ର, ଡଃ ରେଶମ ଲାଲ୍ ନାଏକ, ବି ଇ ଓ ଗିତାରାଣୀ ଯୋଶୀ, ଅନୁଷ୍ଠାନ ଅଧ୍ୟକ୍ଷ ନରୋତ୍ତମ ଭୋଇ, ଶିକ୍ଷକ ବିକ୍ରମାଦିତ୍ୟ ସିଂ ବରିହା,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ । ମୂଖ୍ୟ ଅତିଥି ଓ ସମସ୍ତ ଅତିଥି ମାନେ ବିଶିଷ୍ଟ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ ସ୍ମୃତି ଚାରଣ କରିବା ସହିତ ଦିବସ ପାଳନର ମହତ୍ତ୍ଵ ସମ୍ବନ୍ଧରେ ଆଲୋକ ପାତ କରିଥିଲେ l ଏହି ଅବସରରେ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଥିବା ୨୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha