Home ରାଜ୍ୟନ୍ୟାସନାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଗୁରୁ ପୂଜନୋତ୍ସବ ପାଳିତ।

ନ୍ୟାସନାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଗୁରୁ ପୂଜନୋତ୍ସବ ପାଳିତ।

by Maraguda Express
0 comments

ନୂଆପଡା -୫/୯(ସୁରେନ୍ଦ୍ର ତିୱାରୀ) ସ୍ଥାନୀୟ ନ୍ୟାସନାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ କମିଟି ଦ୍ଵାରା ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ କହିଲେ ଯେ ଗୁରୁ କେବଳ ପିଲାଙ୍କୁ ପାଠ ପଢାନ୍ତି ତାହା ନୁହେଁ ବରଂ ସେମାନେ ସମାଜର ଆଲୋକ ବର୍ତ୍ତିକା l କ୍ଷେତ, ପର୍ବତ, ନଦୀ ଭଳି ଉଦାର ହୃଦୟବାନ ହେଉଛନ୍ତି ଗୁରୁ, ଯେଉଁ ମାନେ କେବଳ ସମାଜକୁ ଅକାତରେ ଦାନ କରନ୍ତି l ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ରେଶମଲାଲ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା, ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ‌ତାପ ସିଂ ମାଝୀ,ନୂଆପଡା ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାରାଣୀ ଯୋଷୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ନ୍ୟାସନାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଠାକୁର, ଇନ୍ଦ୍ରମଣୀ ପାଣିଗ୍ରାହୀ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଆଶୀଷ କୁମାର ପାଢୀ, ଜାନ, ସଭାପତି ଘନଶ୍ୟାମ ଭୋଇ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ଜିଲ୍ଲା ସିଟି ଶିକ୍ଷକ ସଂଘ ସଭାପତି ଅମିଲାଲ ଶବର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବରିଷ୍ଠ ଶିକ୍ଷକ ରମାକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।ଶିକ୍ଷକରୁ ରାଜନୈତିକ ଜୟଯାତ୍ରା ଆରମ୍ଭ କରିଥିବା ପୂର୍ବତନ ସାଂସଦ, ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ସମାଜ ଯୁଗେ ଯୁଗେ ଉତ୍ତମ ଗୁରୁ ମାନଙ୍କ ପଥ ପ୍ରଦର୍ଶନରେ ଅଗ୍ରଗତି କରିଛି ବୋଲି କହିଥିଲେ l ଏହି ଅବସରରେ କମିଟୀ ତରଫରୁ ଜିଲ୍ଲାପାଳଙ୍କୁ ତାଙ୍କର ଏକ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାକୁ ପ୍ରଗତି ପଥରେ ଘେନି ରାଜ୍ୟ ତଥା ଜାତୀୟ ସ୍ତରରେ ଏହାର ନାଁ ରଖିଥିବାରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ “ସକାଳ” ଜିଲ୍ଲାପ୍ରତିନିଧି ଘନଶ୍ୟାମ ଭୋଇଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ରକ୍ତଦାନ କ୍ଷେତ୍ରରେ ରେକର୍ଡ କରିଥିବା ଶିକ୍ଷକ କିଶୋର କୁମାର ପରିଡାଙ୍କୁ ରକ୍ତବୀର ସମ୍ମାନ, ରକ୍ତଦାତା ରାଜେନ୍ଦ୍ର ଦଣ୍ଡସେନା, ଧନୁଯାତ୍ରାରେ କୋଶଳୀ କଂସ ଭୂମିକାରେ ଅଭିନୟ କରୁଥିବା ମଧୁସୂଦନ ପାଣିଗ୍ରାହୀଙ୍କୁ ଶ୍ରେଷ୍ଠ କଳାକାର, ଶିକ୍ଷୟତ୍ରୀ ସରସ୍ୱତୀ ଶବରଙ୍କୁ କୃତୀ ଶିକ୍ଷୟିତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବାଦ ଜିଲ୍ଲା ପ୍ରତିନିଧି ଅଶ୍ୱିନୀ ପାଣିଗ୍ରାହୀ , ପ୍ରମେୟ ଜିଲ୍ଲା ପ୍ରତିନିଧି ରତନ କେତକୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା l ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟରତ ଓ ଅବସରପ୍ରାପ୍ତ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଶିକ୍ଷକ ଶରତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୋଗ ଦେଇଥିବା ଶିକ୍ଷକ ସଂଘର ସଭାପତି ଶଙ୍କର୍ଷଣ ପୁରୋହିତ, ବିନୋଦ ଠାକୁର, ଜିତେନ୍ଦ୍ର ଖମାରୀ, ଅମିୟ ପାଢ଼ୀଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha