ନୂଆପଡ଼ା ଜିଲ୍ଲା ୧୫୩ ପ୍ରତିଶତ ଧାନ କ୍ରୟ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା
ନୂଆପଡ଼ା -୧/୭ (ସୁରେନ୍ଦ୍ର ତିୱାରୀ)
ନୂଆପଡା ଜିଲ୍ଲାରେ ଚଳିତ ୨୦୨୪-୨୫ ରବି ଋତୁରେ ୪୬ ଗୋଟି ସୋସାଇଟୀ ମାଧ୍ୟମରେ ୧୨୮୫୬ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୨୭୧୮ ଚାଷୀଙ୍କ ଠାରୁ ୭.୪୦ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ଏବଂ ଚାଷୀଙ୍କୁ ମୂଲ୍ୟ ବାବଦରେ ୨୨୯ କୋଟି ଟଙ୍କା ପ୍ରଦାନ କରାଯାଇଅଛି । ଚଳିତ ବର୍ଷ ଧାନ କିଣା ପ୍ରକ୍ରିୟାରେ ଜିଲ୍ଲାର ୨୪ ଗୋଟି ମିଲର୍ ଅଂଶ ଗ୍ରହଣ କରିଥିଲେ ।ପ୍ରକାଶ ଥାଉ କି,ଗତ ୨୦୨୩ -୨୪ ରବି ଋତୁରେ ଧାନ ବିକ୍ରି ପାଇଁ ୧୦୩୨୧ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ଏବଂ ୯୦୪୩ ଜଣ ଚାଷୀଙ୍କ ଠାରୁ ୪.୮୬ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରଯାଇଥିଲା l ଗତ ଖରିଫ୍ ୨୦୨୪-୨୫ ରୁତୁ ରେ ୪୪୩୮୫ ଜଣ ଚାଷୀଙ୍କ ଠାରୁ ୨୨.୯୦ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରି ନୂଆପଡ଼ା ଜିଲ୍ଲା କିର୍ତିମାନ ସ୍ଥାପନ କରିଥିଲା।ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧାରିତ ଧାର୍ଯ୍ୟ ଲକ୍ଷ ଏବଂ ଲକ୍ଷ ସାଧନ ହାରରେ ନୂଆପଡ଼ା ଜିଲ୍ଲା, ଓଡ଼ିଶାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି।ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ କରିଥିଲେ।ସମବାୟ ବିଭାଗର ଅଧିକାରୀ, ଯୋଗାଣ ବିଭାଗର କର୍ମକର୍ତ୍ତା , ଆର ଏମ ସି ଓ ମିଲର୍ ମାନଙ୍କ ପକ୍ଷରୁ କୃଷକ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର କୃଷକ ମାନେ ଧାନ ବିକ୍ରି ସମୟରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ଘନ ଘନ ମଣ୍ଡି ଗସ୍ତ କରୁଥିଲେ l ଡି ଆର ସି ଏସ,ଏ ଆର ସି ଏସ , ସି ଏସ ଓ,ଆର୍ ଏମ୍ ସି ସମ୍ପାଦକ ଓ ଅନ୍ୟ କର୍ମଚାରୀ ମାନଙ୍କ କାର୍ଯ୍ୟାବଳୀ ବାରମ୍ବାର ସମୀକ୍ଷା କରୁଥିଲେ। ସମସ୍ତ ମଣ୍ଡିରେ ବିଦ୍ୟୁତ୍ ସଂଯୋଗ ଓ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଶାନ୍ତି ଶୃଙ୍ଖଳାରେ ଧାନ କ୍ରୟ ସରିଥିବାରୁ ଜିଲ୍ଲାପାଳ ସଂପୃକ୍ତ ସମସ୍ତ ଅଧିକାରୀ , କୃଷକ , ସୋସାଇଟି ର କର୍ମକର୍ତ୍ତା, ପରିଚାଳନା ପରିଷଦଏଵଂ ମିଲର୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l
ନୂଆପଡ଼ା ଜିଲ୍ଲା ୧୫୩ ପ୍ରତିଶତ ଧାନ କ୍ରୟ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା
ନୂଆପଡ଼ା ଜିଲ୍ଲା ୧୫୩ ପ୍ରତିଶତ ଧାନ କ୍ରୟ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା
406