19

ସିନାପାଲି -୨୪/୦୩- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ମଙ୍ଗଳବାର ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସମିତି ସଭ୍ଯ ମନିଷ କୁମାର ପଟେଲ, ମୁଖ୍ଯବକ୍ତା ଭାବରେ ଏବିଇଓ ପ୍ରଦୀପ କୁମାର ପଣ୍ତା ଓ ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀ, ସଂପାଦକ ବାଲାଜୀ ହରିଜନ ଏବଂ ସିଆରସିସି ସଂଘ ସଭାପତି ଜଗଦିଶ ତାଣ୍ତି ଯୋଗ ଦେଇଥିଲେ ।
ଶିକ୍ଷାଦାନକୁ ଅଧିକ ପ୍ରଭାବୀ କରିବାରେ ଶିକ୍ଷଣ ସାମଗ୍ରୀର ମହତ୍ବପୂର୍ଣ୍ଣ ଭୂମୀକା ଥିବାରୁ ଶିକ୍ଷକମାନେ ଏହାର ବହୁଳ ବ୍ଯବହାର ଉପରେ ଦୃଷ୍ଟି ଦେବାକୁ ଅତିଥିମାନେ ମତ ରଖିଥିଲେ । ଦେବପୂଜନ ପରେ ଅତିଥିଙ୍କ ଦ୍ୱାରା ମେଳା ଉଦଘାଟିତ ହୋଇଥିଲା ।ପ୍ରାରମ୍ଭରେ ଶିକ୍ଷକ ଗୌତମ ମେହେର ଅତିଥି ପରିଚୟ ଦେବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହା ପରେ ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ମେଳାରେ ବ୍ଲକ ଅନ୍ତର୍ଗତ ସମସ୍ତ ଷୋହଳ ଗୋଟି କ୍ଲଷ୍ଟର ଭାଗ ନେଇଥିବା ବେଳେ ହାତୀବନ୍ଧା, ଗୋଡ଼ାଳ ଓ ସିନାପାଲି କ୍ଲଷ୍ଟର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ସେହିପରି ଏହି ଅବସରରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ରାଷଟ୍ରିୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତାରେ ପିଏମଶ୍ରୀ ହାଇସ୍କୁଲ ସିନାପାଲିର ଛାତ୍ର ବିକାଶ ମେହେର ପ୍ରଥମ, ସିଙ୍ଗଝର ହାଇସ୍କୁଲର ଉମାକାନ୍ତ ରଣା ଦ୍ବିତୀୟ ଓ ପିଏମଶ୍ରୀ ହାଇସ୍କୁଲ ସିନାପାଲିର ତୃପ୍ତୀମୟୀ ମେହେର ତୄତୀୟ ହୋଇଥିଲେ । ଶେଷରେ ସିନାପାଲି କ୍ଲଷ୍ଟର ସିଆରସିସି ବଂଶୀଧର ଜଗତ ଧନ୍ଯବାଦ ଦେଇଥିଲେ ।