Home ରାଜ୍ୟଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ବାହୁଡ଼ିଲେ ଜଗନ୍ନାଥ ‐ ରଥ ଟାଣିଲେ ଜିଲ୍ଲାପାଳ ।

ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ବାହୁଡ଼ିଲେ ଜଗନ୍ନାଥ ‐ ରଥ ଟାଣିଲେ ଜିଲ୍ଲାପାଳ ।

ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ବାହୁଡ଼ିଲେ ଜଗନ୍ନାଥ ‐ ରଥ ଟାଣିଲେ ଜିଲ୍ଲାପାଳ ।

by Maraguda Express
0 comments

ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ବାହୁଡ଼ିଲେ ଜଗନ୍ନାଥ ‐
ରଥ ଟାଣିଲେ ଜିଲ୍ଲାପାଳ ।
ନୂଆପଡ଼ା -୫/୭(ସୁରେନ୍ଦ୍ର ତିୱାରୀ) ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ସମ୍ପନ୍ନ ହୋଇଯାଇଛି l ଆଜି ଭୋରରୁ ନେହେରୁ ମଣ୍ତପ ସ୍ଥିତ ମାଉସି ମାଁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା l ଅପରାହ୍ଣରେ ଶ୍ରୀଜୀଉଙ୍କ ପହଣ୍ତି ବିଜେ କରାଯାଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା ପରେ ରଥଟଣା ଆରମ୍ଭ ହୋଇଥିଲା l ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟଦଳ ସହ ମହିଳା ଶ୍ରଦ୍ଧାଳୁଙ୍କ ହୁଳହୁଳିରେ ସମଗ୍ର ପରିବେଶ ଦୁଳୁକି ଯାଇଥିଲା l ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦାନ କରି ରଥାରୁଢ଼ ଶ୍ରୀଜିଉଙ୍କ ପୂଜାଅର୍ଚ୍ଚନା କରିବା ସହ ରଥ ଟାଣି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ରଥଯାତ୍ରା ପରି ଆଜି ବାହୁଡ଼ାରେ ମଧ୍ଯ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣି ଥିଲେ l ଆଠଦିନ ଧରି ଶ୍ରୀଜିଉଙ୍କ ସମସ୍ତ ନିତିକାନ୍ତିକୁ ମାଉସୀ ମାଁ ମନ୍ଦିର କମିଟି ତରଫରୁ ସଭାପତି ଶଶିଭୂଷଣ ମାଝୀ, ଉପସଭାପତି ରଜନୀ ମାଝୀ, ସଂପାଦକ ମନୋଜ ଜୈନ, ସହ ସଂପାଦକ ରବିନ୍ଦ୍ର ସା, କୋଷାଧ୍ଯକ୍ଷ ଚନ୍ଦ୍ର ଶେଖର ମେହେରଙ୍କ ସହ ଅଜିତ ଯୋଷୀ, ଅରିଗଞ୍ଜନ ଯୋଷୀ, ବିଦ୍ଯାଧର ମେହେର, ରାଜେଶ ଜୈନ, ପ୍ରସନ୍ନ ସାହୁ, ସଙ୍ଗୀତ ଜୈନ, ନାରାୟଣ ପାତ୍ର, ଟେଣୋ ମେହେର, ଗଲାମଣି ସା, ଲିଲାକର ସା, ମକର ସା, ଜଗମୋହନ ସା ପ୍ରମୁଖ ଶୄଙ୍ଖଳାର ସହ ସଂପାଦନା କରିଥିଲେ । ଆସନ୍ତାକାଲି ରଥାରୁଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି, ସୁନାବେଶ ଓ ପରେ ନିଲାଦ୍ରୀ ବିଜେ କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ତୁଳସୀରାମ ମେହେର ସୂଚନା ଦେଇଛନ୍ତି lଏଥିସହ ଏହି ବ୍ଲକ ଅନ୍ତର୍ଗତ ହାତୀବନ୍ଧା, କେନ୍ଦୁମୁଣ୍ତା, ନୂଆଁମାଳପଡ଼ା, ଖଳନା, ବ୍ରାହ୍ମଣପଡ଼ା, ପତିଏଲପଡ଼ା, ଚଳନା, ଗୋର୍ଲା, ସାଗୁନଭାଡ଼ି, ଟିମନପୁର, ଜାମଗାଁ, ଅରସାପଡ଼ା, ଗଣ୍ତାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ଗୋର୍ଲା, ସିଙ୍ଗଝର ଆଦି ଗ୍ରାମରେ ମଧ୍ଯ ଶୃଙ୍ଖଳାର ସହ ବାହୁଡ଼ାଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha