Home ରାଜ୍ୟସାହିତ୍ଯିକ ମାନେ ସମାଜକୁ ଦୀଗଦର୍ଶନ ଦିଅନ୍ତୁ‐ ସିନାପାଲିରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ ଓ କବିତା ଆସର

ସାହିତ୍ଯିକ ମାନେ ସମାଜକୁ ଦୀଗଦର୍ଶନ ଦିଅନ୍ତୁ‐ ସିନାପାଲିରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ ଓ କବିତା ଆସର

by Maraguda Express
0 comments

ନୂଆପଡ଼ା-୨୪/୮ (ସୁରେନ୍ଦ୍ର ତିୱାରୀ ) ଅପରାହ୍ନ ନୂଆପଡ଼ା ଜିଲ୍ଲା ସାହିତ୍ଯଝର ତରଫରୁ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ଓ କବିତା ଆସର ସାରସ୍ବତ ମାଟି ସିନାପାଲି ଠାରେ ଅନୁଷ୍ଠିତ ହୋଇଛି ନୂଆପଡ଼ା ଜିଲ୍ଲା ସଂଯୋଜକ ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଏନେଇ ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ସମାବେଶରେ ମୁଖ୍ଯଅତିଥି ଭାବରେ ଦୈନିକ ଅପରାହ୍ନ ସଂପାଦକ ବଂଶୀଧର ଜେନା ଓ ସମ୍ମାନିକ ଅତିଥି ଭାବରେ ଶ୍ରୀଲିପ୍ତା ପ୍ରିଣ୍ଟମିଡିଆର ପରିଚାଳନା ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟା ଦାସ, ସ୍ତମ୍ଭକାର ରବୀନ୍ଦ୍ର ନାଥ ଯୋଷୀ, କଳାହାଣ୍ତି ଜିଲ୍ଲା ସଂଯୋଜକ ଭାଗିରଥୀ ସାଗର, ଏସଏସକେପି ନିର୍ଦ୍ଦେଶକ ତ୍ରିନାଥ ମେହେର, ସାମ୍ବାଦିକ ସଂଘ ସଭାପତି ଅଜିତ ଯୋଷୀ, ଶିକ୍ଷାବିତ ଲଳିତ କୁମାର ସୁନାରୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ବଂଶୀଧର ଜଗତ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଅତିଥିଙ୍କ ଦ୍ବାରା ଦେବପୂଜନ କରାଯାଇଥିଲା । ନିକୁଞ୍ଜ ବିହାରୀ ସା ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଯୁଗେଯୁଗେ ସାହିତ୍ଯ ସମାଜ ପରିବର୍ତ୍ତନର ସୂତ୍ରଧର ସାଜିଥିବାରୁ ବର୍ତ୍ତମାନର ସାହିତ୍ଯିକଗଣ ସମାଜକୁ ସମୁଚିତ ଦୀଗଦର୍ଶନ ଦିଅନ୍ତୁ । ଏଥିପାଇଁ ସାହିତ୍ଯ ସାଧକ ମାନେ ନିଜ ଉଚ୍ଚାରଣ ଓ ଆଚରଣରେ ସମାନତା ରଖିବା ଆବଶ୍ଯକ ବୋଲି ବକ୍ତାମାନେ ମତ ପ୍ରଦାନ କରିଥିଲେ । ଏ ଅବସରରେ ଲୋଚନ ମେହେରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଖଗେଶ୍ବର ବାଗ, ଚିନ୍ତାମଣି ସାହୁ, କୃଷ୍ଣ ଚନ୍ଦ୍ର ନାଏକ, ଖଗେଶ୍ବର ବାଗ, ଗୌତମ ମେହେର, ଧୄବଚରଣ ପଧାନ, ଭଗବାନ ସିଂହ ମାଝୀ, ଅନିଷା ପଣ୍ତା, ଭଗତରାମ ଶବର, ପରେଶନାଥ ପାଣିଗ୍ରାହୀ, ସଂଯୁକ୍ତା ପଣ୍ତା, ବୈଷ୍ଣବ ମେହେର,ଶାଶ୍ବତୀ ହୋତା, ବିଜୟ କୁମାର ଯୋଷୀ, ଲଇଖନ ମାଝୀ, ମୂରଲୀଧର ସା, ଡ.ଭାରତୀ ହୋତା, ମୋନାଲିସା ପଣ୍ତା, ନରହରି ନାଗ, ରେଶ୍ମା ମେହେର, ନିରଞ୍ଜନ ସାହାଣୀ, ବିନିଷା ମେହେର, କୁଶଧ୍ୱଜ ପାଲ, ଭାରତୀ ମାଝୀ, ଶିବ ପ୍ରସାଦ ମେହେର, ସତ୍ଯବ୍ରତ ଗହିର, ଇତିଶ୍ରୀ ମେହେର, ବେଣୁଧର ମେହେର, ଜୀତେନ୍ଦ୍ର ନାଥ ଗହିର, ଭୀଷ୍ମରାଜ ମେହେର, ରଶ୍ମିରଞ୍ଜନ ସା, ଡିସମ୍ବର ମେହେର, ହରେକୄଷ୍ଣ ମେହେର, ପିତାମ୍ବର ମାଝୀ, ଚୂଡ଼ାମଣି ମେହେର, ନିଲାଞ୍ଚଳ ମେହେର, ଭ୍ରମର ବାଗ, ସରସ୍ବତୀ ମେହେର, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ପ୍ରେମାନନ୍ଦ ମେହେର, ଲୋଚନ ମେହେର, ସୁଶାନ୍ତ କୁମାର ବାଘ, ଧବଳେଶ୍ବର ମେହେର, ଦୁର୍ଜନ ସା, ନିକୁଞ୍ଜ ବିହାରୀ ସା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ନନ୍ଦକୁମାର ପାତ୍ର, ଭରତ ଚନ୍ଦ୍ର ବାଗ, ବାମଦେବ ଦାଶ, ହୄଦାନନ୍ଦ ମେହେର, କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାନୁର୍ଯ୍ଯ ମେହେର ଧନ୍ଯବାଦ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha