
ନୂଆପଡ଼ା -୨/୮(ସୁରେନ୍ଦ୍ର ତିୱାରୀ) ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ବାନରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଧାରଣା ଦିଆଯାଇଛି । ଶତାଧିକ ଶିକ୍ଷକ ଓ କର୍ମଚାରୀ ଏକ ଶୋଭା ଯାତ୍ରାରେ ଆସି ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା କରିଥିଲେ । ବ୍ଲକ ସଭାପତି ଅଶ୍ଵିନୀ କୁମାର ଯୋଷୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମନ୍ୱୟ ସମିତିର ଜିଲ୍ଲା ଆବାହକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର ସେଠ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଭୟ ଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୬ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ । ଯୋଗ୍ୟ ବିବେଚିତ ୧୯୪ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କୁ ଚାକିରୀ ସର୍ତ୍ତାବଳୀ ଓ ପେନସନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କ ସରକାରି ଘୋଷଣା , ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କ ନିୟମିତ ପୂର୍ବ ୬ ବର୍ଷ ଚାକିରୀ କାଲ କୁ ମୂଲ ଚାକିରୀ ରେ ଗଣନା କରିବା, ଅବସର ବୟସ ସୀମା ୬୨ ବର୍ଷ କୁ ବୃଦ୍ଧି, ୨୮୦୦ ଗ୍ରେଡ ପେ ରେ ଥିବା ଅସଙ୍ଗତି ଦୂରୀକରଣ ଇତ୍ୟାଦି ଦାବୀ ପତ୍ର ରେ ଉଲ୍ଳେଖ ରହିଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ,ଜଗନ୍ନାଥ ସେଠୀ ,ରାଜ କୁମାର ତାଣ୍ଡି, କିଶୋର ଚନ୍ଦ୍ର ଯୋଷୀ, ନବ କିଶୋର ଆଚାର୍ଯ୍ୟ, ରୁଦ୍ର ମାଧବ ସା, ଧବଲେଶ୍ୱର୍ ମେହେର, ସୁରେଶ ମହାନ୍ତି, ରମାକାନ୍ତୀ ମାଝୀ, ରୂପ ସିଂ ନାଏକ, ପ୍ରମୁଖ ନେତୃତ୍ୱ ନେଇଥିଲେ ।
ସିନାପାଲି : ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି।
78