Home ରାଜ୍ୟସେବା ପରମୋଧର୍ମଃ – ଜନସେବା ର ସଂକଳ୍ପ, ସର୍ବଦା ଜନତାଙ୍କ ସହ : ୱାର୍ଡ଼ ରେ ପୌର ପ୍ରଶାସନ।

ସେବା ପରମୋଧର୍ମଃ – ଜନସେବା ର ସଂକଳ୍ପ, ସର୍ବଦା ଜନତାଙ୍କ ସହ : ୱାର୍ଡ଼ ରେ ପୌର ପ୍ରଶାସନ।

by Maraguda Express
0 comments
ନୂଆପଡ଼ା -୯/୪ – ଖରିଆର ରୋଡ ନଗର ପାଳୀକା ର ଜନପ୍ରିୟ ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଖରିଆର ରୋଡ୍ ପୌରପାଳିକାର “ପ୍ରତି ସପ୍ତାହ – ଗୋଟିଏ ୱାର୍ଡ, ଜନତାଙ୍କ ସହ ସିଧାସଳଖ ସମ୍ବାଦ” ଅଭିଯାନର ଅନ୍ତିମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଛି। ୱାର୍ଡ ନମ୍ବର ୧୮ ଏବଂ ୧୯ ରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି “ୱାର୍ଡ଼ ରେ ପୌର ପ୍ରଶାସନ” କାର୍ଯ୍ୟକ୍ରମରେ ୱାର୍ଡବାସୀ ଙ୍କ ସମସ୍ୟାଗୁଡ଼ିକୁ ଗମ୍ଭୀରତା ର ସହ ଶୁଣା ଯିବା ସହ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।
​ଏହି ବିଶେଷ ଅବସରରେ ପୌରପାଳିକା ଉପାଧ୍ୟକ୍ଷ ନିଶାନ୍ତ ଡାଗା, ୱାର୍ଡ କାଉନସିଲର ରୀତା କେଶରୱାନୀ, ନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ୧୯ ୱାର୍ଡ ସମ୍ବାଦ ଏକମାତ୍ର ସଂକଳ୍ପ ଜନସେବା
ଉପରୋକ୍ତ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଜନତାଙ୍କ ବିଶ୍ୱାସ ଏବଂ ସହ ଭାଗିତାର ଏକ ଉତ୍ସବ। ଏବେ ଆମ ଜନ ସାଧାରଣମାନଙ୍କୁ ନିଜ ସମସ୍ୟାର ସମାଧାନ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ – ପ୍ରଶାସନ ନିଜେ ସେମାନଙ୍କ ଦ୍ୱାର ଆଗରେ ପହଞ୍ଚିଛି।
ସୁଶାସନର ମୂଳ ମନ୍ତ୍ର ଜନତାଙ୍କ କଥା ଶୁଣିବା ସମସ୍ୟାର ତ୍ୱରିତ ସମାଧାନ।ବିକାଶରେ ଜନତାଙ୍କ ଅଂଶଗ୍ରହଣଏହି ଜନଶୁଣାଣି ଅଭିଯାନ ଏହାର ପ୍ରମାଣ ଯେ ଯେତେବେଳେ ଇଚ୍ଛାଶକ୍ତି ନିର୍ମଳ ଥାଏ ଏବଂ ଚିନ୍ତାଧାରା ବିକାଶ ମୁଖୀ ହୁଏ, ସେତେବେଳେ ପ୍ରତିଟି ୱାର୍ଡ, ପ୍ରତିଟି ଗଳି ଏବଂ ପ୍ରତିଟି ନାଗରିକଙ୍କ ପାଖରେ ପରିବର୍ତ୍ତନ ପହଞ୍ଚିଥାଏ। ​ଆପଣଙ୍କ ସମସ୍ୟା,ଆମ ଦାୟିତ୍ୱ।ଆପଣଙ୍କ ବିଶ୍ୱାସ, ଆମ ଶକ୍ତି।ଖରିଆର ରୋଡ୍‌ର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିବଦ୍ଧ ଏବଂ ଆଗକୁ ମଧ୍ୟ ଏହି ଶକ୍ତିର ସହ କାର୍ଯ୍ୟ ଜାରି ରଖିବୁ ବୋଲି ଅଧ୍ୟକ୍ଷା ସୋନିଆ ଜୈନ ପ୍ରକାଶ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha