କ୍ରିକେଟ ଖେଳାଳି ବିଜୟ ଙ୍କ ନିଧନ ରେ ଶୋକ ସଭା ଓ ସ୍ମୃତି ଚାରଣ 
ନୂଆପଡ଼ା -୨୪/୬ (ଏମ.ଇ) କେସିଏସଏ ଖଡ଼ିଆଲ ର ବରିଷ୍ଟ ଓପେନିଙ୍ଗ ବ୍ୟାଟ୍ସମ୍ୟାନ ବିଜୟ ଗୁପ୍ତା ଙ୍କ ନିଧନ ପରେ ଏକ ଶୋକ ସଭା ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଇଯାଇଛି। ସମ୍ପାଦକ ସନ୍ତୋଷ ପଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଉପସ୍ଥିତ ସଭ୍ୟ ମାନେ ପୁଷ୍ପ ମାଲ୍ୟା ଦେଇ ଅମର ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କ୍ଲୁବ ର ସଭାପତି ତଥା ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ ଶ୍ରୀ ଗୁପ୍ତା ଙ୍କ ସ୍ମୃତିଚାରଣ କରିଥିଲେ ଓ ତାଙ୍କ ବଂଶ ପରମ୍ପରା କ୍ଲବ ପାଇଁ ଏକ ମାର୍ଗଦର୍ଶକ ହୋଇ ରହିବ ବୋଲି କହିଥିଲେ। ଉପସଭାପତି ବିଶ୍ୱଜିତ ପାଢ଼ୀ ତାଙ୍କ ଅତି ସୁଲଭ ସ୍ୱାଭାବ ଆଗାମୀ ପିଢ଼ି ର ଯୁବକ ମାନଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ ବୋଲି କହିଥିଲେ। ସମ ସାମୟିକ ଖେଳାଳି ଅଶ୍ୱିନୀ ପାଢ଼ୀ, ଛବି ସାଗର, ମନୋଜ ପାଢ଼ୀ, ପବିତ୍ର ପ୍ରଧାନ, ବିନୋଦ ପାଢ଼ୀ, ଚିତ୍ରୁଭାନୁ ସିଂଙ୍ଘଦେଓ,ସୁଶାନ୍ତ ତାଣ୍ଡି, ଗିରିଧାରୀ ବିଭାର ଇତ୍ୟାଦି ଶ୍ରୀ ଗୁପ୍ତା ଙ୍କ ସ୍ମୃତି ଚାରଣ କରିଥିଲେ. ପରେ ଫିରୋଜ ଖାନ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ବହୁ ସ୍ୱାସ୍ଥ୍ୟ ସମସ୍ୟା ପରେ ଶ୍ରୀ ଗୁପ୍ତା ଙ୍କ ଦେହାନ୍ତ ଛତିଶଗଡ଼ ରାଜ୍ୟ ରାଇପୁର ହସ୍ପାଟଲ ରେ ହେଇଥିଲା।
କ୍ରିକେଟ ଖେଳାଳି ବିଜୟ ଙ୍କ ନିଧନ ରେ ଶୋକ ସଭା ଓ ସ୍ମୃତି ଚାରଣ
କ୍ରିକେଟ ଖେଳାଳି ବିଜୟ ଙ୍କ ନିଧନ ରେ ଶୋକ ସଭା ଓ ସ୍ମୃତି ଚାରଣ
268
previous post