Home ରାଜ୍ୟମୌଳିକ କର୍ତ୍ତବ୍ୟ ସଚେତନତା ଦିବସ ପାଳିତ

ମୌଳିକ କର୍ତ୍ତବ୍ୟ ସଚେତନତା ଦିବସ ପାଳିତ

by Maraguda Express
0 comments

ମୌଳିକ କର୍ତ୍ତବ୍ୟ ସଚେତନତା ଦିବସ ପାଳିତନୂଆପଡ଼ା -୨୪/୬ (ଏମ.ଇ)
ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ନୂଆପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୂଲ୍ୟରେ ମୌଳିକ କର୍ତ୍ତବ୍ୟ ସଚେତନତା ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା କୋର୍ଟର ନିବନ୍ଧକ ସୋଭାଗ୍ୟ ରଞ୍ଜନ ପ୍ରଧାନ,ଉପଖଣ୍ଡ ବିଚାରବିଭାଗୀୟ ଦଣ୍ଡାଧିକାରୀ ସ୍ନାତକୀ ଦାଶ,ବରିଷ୍ଠ ଓକିଲ ପ୍ରସନ୍ନ ମହାପାତ୍ର ଏବଂ ସେତରାମ ଦେବାଙ୍ଗନ, ବିଜ୍ଞାପିତ ଅଞ୍ଚଳ ପରିଷଦ, ନୂଆପଡ଼ାର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ତ୍ରିପାଠୀ ଓ ପ୍ରାଧିକରଣର ଅଧିକାର ମିତ୍ରମାନେ ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ଧାରା ୫୧-କ ଅନୁଯାୟୀ ନାଗରିକ ମାନଙ୍କର ମୌଳିକ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ ଯୋଗ୍ୟ ନାଗରିକଙ୍କ ପାଇଁ ମାଗଣା ଆଇନ ସେବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିବେଶକୁ ସ୍ଵଚ୍ଛ ଏବଂ ଆବର୍ଜନାମୁକ୍ତ ରଖିବା ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ବୋଲି ମତ ରଖିଥିଲେ । ବରିଷ୍ଠ ଓକିଲ ଶ୍ରୀ ମହାପତ୍ର ଏବଂ ଶ୍ରୀ ଦେବାଙ୍ଗନ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ କର୍ତ୍ତବ୍ୟ ପାଳନ କରିବାରେ ନିଜକୁ ଅନୁଶାସିତ କରିପାରିଲେ ଭାରତବର୍ଷ ଭବିଷ୍ୟତ ରେ ଅନ୍ୟ ଦେଶଗୁଡ଼ିକ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତପୋଷଣ କରିଥିଲେ | ଏହି ଅବସରରେ, ନୂଆପଡ଼ା ଜିଲ୍ଲା ଏକକ ପ୍ଲାଷ୍ଟିକ ମୁକ୍ତ ଭାବେ ଘୋଷିତ ହୋଇଥିବାରୁ ପ୍ରାଧିକରଣ ଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦ, ନୂଆପଡ଼ାର ସଫେଇ କର୍ମଚାରୀମାନଙ୍କର ମିଳିତ ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ବାହାରେ ଏକ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା I

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha