24
ନୂଆପଡା – ୧୧/୦୨- (ମାରାଗୁଡ଼ା ଏକ୍ସପ୍ରେସ) ନିରାପଦ ଇଣ୍ଟରନେଟ୍ ଦିବସ ୨୦୨୬ ପାଳନ ଅବସରରେ, ନୂଆପଡା ନ୍ୟାସନାଲ କଲେଜରେ ସାଇବର ସୁରକ୍ଷା, ସାଇବର ଠକେଇ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ର ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ବର୍ଷର ବିଷୟବସ୍ତୁ ଥିଲା “ସ୍ମାର୍ଟ ଟେକ୍, ସେଫ୍ ଚଏସ୍ – କୂତ୍ରିମ ବୁଦ୍ଧିମତ୍ତା ର ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ଅନୁସନ୍ଧାନ”।