Home ରାଜ୍ୟନୂଆପଡ଼ା ବ୍ଲକ ଆମାନାରା ପଞ୍ଚାୟତରେ ନିର୍ବାଚନୀ ସଭା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ନୂଆପଡ଼ା ବ୍ଲକ ଆମାନାରା ପଞ୍ଚାୟତରେ ନିର୍ବାଚନୀ ସଭା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

by Maraguda Express
0 comments

ନୂଆପଡ଼ା-୮/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପନିର୍ବାଚନ ରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ନୂଆପଡ଼ା ବର୍ତ୍ତମାନ ରାଜ୍ୟ ରାଜନୀତି ର ରାଜଧାନୀ ପାଲଟିଛି । ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଙ୍କ ସୁଅ ଛୁଟୁଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ ନିର୍ବାଚନୀ ପ୍ରଚାର ଦୃଶ୍ୟମାନ ହେଉଛି ।
ନୁଆପଡ଼ା ବ୍ଲକ ଅନ୍ତର୍ଗତ ଆମାନାରା ପଞ୍ଚାୟତ ରେ ଆଜି ବିଜେପି ର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଓଡ଼ିଶା ସରକାର ଙ୍କ ଗଣଶିକ୍ଷା ,ଆଦିବାସି ବ୍ୟାପାର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ । ପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଜନସାଧାରଣ ଙ୍କୁ ଦେଇଥିବା ନିଜ ଅଭିଭାଷଣ ରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଡବଲ ଇଞ୍ଜିନ ସରକାର ର ଲୋକାଭିମୁଖୀ ଜନକଲ୍ୟାଣକାରି ଯୋଜନା ସମ୍ପର୍କ ରେ ବୁଝାଇଥିଲେ । ନରେନ୍ଦ୍ର ମୋଦୀ ଓ ମୋହନ ମାଝୀ ଙ୍କ ହାତମୁଠା କୁ ଆହୁରି ମଜଭୁତ କରି ୨୦୪୭ ଶୁଦ୍ଧା ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ପଦ୍ମ ଚିହ୍ନରେ ବିଜୟୀ କରାଇ ବିଧାନସଭାକୁ ପଠେଇବା ପାଇଁ ଅନୁରୋଧ କରିଥିଲେ । ଏହି ସାଧରଣସଭା ରେ ବିଧାୟକ ଅମର ନାୟକଙ୍କ ସମେତ ବିଜେପି ର ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha