ଛତିଶଗଡ ରାଜଧାନୀ ରାୟପୁର ଠାରେ ମାରାଗୁଡ଼ା ଏକ୍ସପ୍ରେସ ଓଡ଼ିଆ ନ୍ୟୁଜ ୱେବ ସାଇଟ ଉଦଘାଟିତ
ନୂଆପଡ଼ା – ୨୮/୬ (ଏମ.ଇ) ବହୁ ପ୍ରତିକ୍ଷୀତ ମାରାଗୁଡ଼ା ଏକ୍ସପ୍ରେସ ଓଡ଼ିଆ ନ୍ୟୁଜ୍ ପୋର୍ଟାଲ ୱେବ ସାଇଟ ର ଶୁଭ ଉଦଘାଟନ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରି ରାଇପୁର ସ୍ଥିତ ହୋଟେଲ ସଂଗ୍ରିଲା ରେ ଅବସର ପ୍ରାପ୍ତ ସି.ଡି.ପି.ଓ. ଶ୍ରୀମତି ରଞ୍ଜିତା ତ୍ରିପାଠୀ ଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି। ଏ ଅବସର ରେ ଓଡ଼ିଆ ୱେବ ସାଇଟ ର ସମ୍ପାଦକ ସୁରେନ୍ଦ୍ର ତିୱାରୀ ମାରାଗୁଡା ଏକ୍ସପ୍ରେସ ସମ୍ପର୍କ ରେ ସୁଚନା ଦେଇ କହିଲେ ଯେ, ଏହା ତାଙ୍କ ବହୁ ଦିନ ର ସ୍ବପ୍ନ ଥିଲା କିନ୍ତୁ ବହୁ ବିଳମ୍ୱ ରେ ହେଲେ ମଧ୍ୟ ଠିକ ସମୟ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ନେଇ ଓଡ଼ିଆ ନ୍ୟୁଜ ୱେବ ସାଇଟ ଶୁଭାରମ୍ଭ ହୋଇଛି। ନୂଆପଡ଼ା ଜିଲ୍ଲା ଖବର କୁ ପ୍ରଥମ ପ୍ରାଥମିକତା ଦେଇ ଗଠନ ମୂଳକ ସମ୍ବାଦ ପରିବେଷଣ ସହିତ ସମାଜ କୁ ସଚେତନ କରିବା ଆମର ମୂଲ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ। ସେ ଆହୁରି କହିଲେ ଯେ, ନୂଆପଡ଼ା ଜିଲ୍ଲା ସଦର ମହକୁମା ରେ ଭବ୍ୟ ଆକାର ରେ ଆୟୋଜନ୍ କରିବାର ସ୍ଥିର ହୋଇଥିଲା କିନ୍ତୁ ପତ୍ନୀ ଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ଏହା ରାଇପୁର ରେ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହେଲୁ କାରଣ ବିଗତ ଏକ ବର୍ଷରୁ ଉର୍ଦ୍ଧ ହେବ ମୋ ପତ୍ନୀ ନୂଆଁ ରାୟପୁର ବାଲକୋ ହସ୍ପିଟାଲ୍ ଠାରେ ଚିକିତ୍ସାଧୀନ ଅଛନ୍ତି। ସେଥି ପାଇଁ ମୋତେ ଭଲ ପାଉଥିବା ଅଗଣିତ ପୃଷ୍ଠ ପୋଷକ,ପାଠକ, ଦର୍ଶକ, ସାଙ୍ଗସାଥି ଓ ବିଜ୍ଞାପନ ଦାତା ଙ୍କ ନିକଟ ରେ କ୍ଷମା ପ୍ରାର୍ଥନା କରୁଛି। ଏକ ପାରିବାରିକ ମହୋଲ ରେ ମାରାଗୁଡା ଏକ୍ସପ୍ରେସ ର ଶୁଭ ଉଦଘାଟନ ହୋଇଯାଇଛି । ଏ ଅବସର ରେ ଦିବ୍ୟା ତିୱାରୀ, ନଳିନୀ ପ୍ରଭା ତିୱାରୀ, ନାଓ ଓଡ଼ିଶା ର ଜିଲ୍ଲା ପ୍ରତିନିଧି ସୁରେଶ ଦଣ୍ଡସେନା, ପତ୍ରକାର ସଂଘ ଜିଲ୍ଲା ସଭାପତି ମୟଙ୍କ ଗୁପ୍ତା, ଅଶ୍ୱିନୀ ସୋନି, ଆଶିଷ ଅଗ୍ରୱାଲ, ଓ ସନ୍ତୋଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଛତିଶଗଡ ରାଜଧାନୀ ରାୟପୁର ଠାରେ ମାରାଗୁଡ଼ା ଏକ୍ସପ୍ରେସ ଓଡ଼ିଆ ନ୍ୟୁଜ ୱେବ ସାଇଟ ଉଦଘାଟିତ
252