264
ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିଙ୍କ ବିଦ୍ୟାଳୟ ପରିଦର୍ଶନ।
ନୂଆପଡ଼ା -୧/୭ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଗ୍ରାମ ପଞ୍ଚାୟତ ଲଖନା ଅନ୍ତର୍ଗତ ମେଣ୍ଢାଟାଲ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ମଧ୍ୟାହ୍ନ ସମୟରେ ନୂଆପଡ଼ା ବିଧାନ ସଭା ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଏ ଅବସର ରେ ତାଙ୍କ ସହ ତୁଲସ ପଟେଲ,ସଦାନନ୍ଦ ଯୋଷୀ ଓ ବିଶ୍ୱଜିତ୍ ରଣା ପ୍ରମୁଖ ଉପସ୍ଥିତ ଥିଲେ ।ପରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡା,ପ୍ରଧାନ ଶିକ୍ଷକ ଖେମ ଦାସ ତଥା ସମସ୍ତ ସହକାରୀ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥଲେ।


