40
ନୂଆପଡ଼ା -୯/୦୨(ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ୧୩ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ସଭା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାର୍ଷିକ ଉତ୍ସବ ନେଇ ଆଲୋଚନା କରାଯିବା ସହ ଉତ୍ସବ ଅବସରରେ ପ୍ରତ୍ଯହ ଘୃତଯଜ୍ଞ ଓ ଚବିଶି ପ୍ରହର ନାମଯଜ୍ଞ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି ।
କାର୍ଯ୍ଯକ୍ରମର ସଫଳ ଆୟୋଜନ ନିମନ୍ତେ ପ୍ରାୟ ଶହେ ଜଣ ସେବାୟତଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଛି । ନାମଯଜ୍ଞରେ ଅଂଶଗ୍ରହଣ ନିମିତ୍ତ ନୂଆପଡ଼ା, କଳାହାଣ୍ତି, ବଲାଙ୍ଗିର, ବରଗଡ଼ ସମେତ ପଡ଼ୋଶି ଛତିଶଗଡ଼ ଅଂଚଳରୁ ପ୍ରାୟ ଚଉଦଟି ନାମକରା ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଯୋଗଦାନ କରିବେ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ଆଜିର ପ୍ରସ୍ତୁତି ସଭାରେ ଅଂଚଳର ଶତାଧିକ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।