ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ।
ନୂଆପଡ଼ା-୫/୭(ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ରେ ପଗାରପାଣି ସ୍ଥିତ ନବସ୍ଥାପିତ ସି.ଆର୍.ପି.ଏଫ୍ ୧୯ ବାଟାଲିୟନ୍ ରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ମାନ୍ୟବର ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧୀକ୍ଷକ ଜି. ଆର୍. ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ବରିଷ୍ଠ ଦେୱାନୀ ଜଜ୍ (ମହିଳା ନ୍ୟାୟାଳୟ) ସରୋଜିନୀ ସାହୁ, ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଡିଏଫଓ ଅଜିଜ ଖାନ, ସି.ଆର୍.ପି.ଏଫ ୧୯ ବାଟାଲିୟନ୍ ର କମାଣ୍ଡାଣ୍ଟ୍ ନରେଶ କୁମାର ଶର୍ମା, ସି.ଆର୍.ପି.ଏଫ ୨୧୬ ବ୍ୟାଟାଲିୟନ୍ ର କମାଣ୍ଡାଣ୍ଟ୍ ଏରିକ୍ ଗିଲବର୍ଟ୍ ଜୋଶ୍, ନୂଆପଡ଼ା ଜିଲ୍ଲା ଅଧିବକ୍ତା ସଂଘର ସଭାପତି କ୍ଷୀତିଶ ବୋଧନକର, ଉପ-ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସଚିବ ତଥା ପ୍ରାଧିକରଣର ପାନେଲ୍ ଓକିଲ ପ୍ୟାରୀଲାଲ୍ ଦେୱାଙ୍ଗନ୍, ଲୋକନାଥ ବାଗ, ସନ୍ଥରାମ ସାହୁ, ଅଜୟ କୁମାର ଶର୍ମା, ପ୍ରାଧିକରଣର ନ୍ଯାୟ ମିତ୍ର ଅନୁପ ଶର୍ମା, ଅଧିକାର ମିତ୍ରଗଣ, ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀଗଣ ପ୍ରମୁଖ ଅଂଶଗ୍ରହଣ କରି ୧୫୦ ରୁ ଅଧିକ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ସ୍ୱଚ୍ଛ ଓ ସବୁଜ ନୂଆପଡ଼ା ଗଠନ ପାଇଁ ଏକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ପ୍ରକାଶ କରିଥିଲେ କି ନୂଆପଡ଼ା ପ୍ଲାଷ୍ଟିକ-ମୁକ୍ତ ଜିଲ୍ଲାରୂପେ ଘୋଷିତ ହୋଇଥିବାରୁ ଏଥର ପ୍ରଥମଥର ପାଇଁ ଏକ ପ୍ଲାଷ୍ଟିକ୍-ମୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ଲାଷ୍ଟିକ୍ ଫ୍ଲେକ୍ସ୍ ବଦଳରେ ସୂତାକପଡ଼ାର ବ୍ୟାନର୍ ଓ ଚାରାଗୁଡ଼ିକରେ ପାଣିଦେବାପାଇଁ ପ୍ଲାଷ୍ଟିକ୍ ବଦଳରେ ଷ୍ଟିଲ୍ ବାଲ୍ଟି ଓ ମଗ ଇତ୍ୟାଦିର ବ୍ୟବହାର କରାଯାଇଥିଲା ।
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ
204