Home ରାଜ୍ୟଖଡିଆଳ କଲ୍ୟାଣ ମଣ୍ଡପ-୨ ଠାରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ଜରୁରୀ ବୈଠକ

ଖଡିଆଳ କଲ୍ୟାଣ ମଣ୍ଡପ-୨ ଠାରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ଜରୁରୀ ବୈଠକ

ଖଡିଆଳ କଲ୍ୟାଣ ମଣ୍ଡପ-୨ ଠାରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ଜରୁରୀ ବୈଠକ

by Maraguda Express
0 comments

ଖଡିଆଳ କଲ୍ୟାଣ ମଣ୍ଡପ-୨ ଠାରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ଜରୁରୀ ବୈଠକ ନୂଆପଡ଼ା -୬/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ କଲ୍ୟାଣ ମଣ୍ଡପ- ୨ ଠାରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ମୁଖ୍ୟ ଆବାହକ ତପନ ରଞ୍ଜନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷା, ସାମ୍ବାଦିକ ଖବର ସଂଗ୍ରହ ଏବଂ ନିର୍ଭୁଲ ଖବର ପରିବେଷଣ ପାଇଁ ସାମ୍ବାଦିକ ସଚେତନ କର୍ମଶାଳା ଅନୁଷ୍ଠିତ ପାଇଁ ବୈଠକ ରେ ନିଷ୍ପତି ହୋଇଅଛି। ନିକଟରେ ସାମ୍ବାଦିକ ପ୍ରତି ହୋଇଥିବା ଆକ୍ରମଣ ପ୍ରତି ତୀବ୍ର ନିନ୍ଦା କରିଥିବା ବେଳେ ଆବଶ୍ୟକ ପଦକ୍ଷେପ ପାଇଁ ପୋଲିସ ପ୍ରଶାସନ ଙ୍କୁ ପତ୍ରାଲାପ ମାଧ୍ୟମରେ ନିବେଦନ କରିବାକୁ ଅନୁରୋଧ ପାଇଁ ନିଷ୍ପତ୍ତି ହୋଇଅଛି ସାମ୍ବାଦିକ ଙ୍କ ଖବର ସଂଗ୍ରହ ଏବଂ ଖବର ପରିବେଷଣ ରେ ଭିନ୍ନତା ଆଣିବା ସହ ତଥ୍ୟ ଭିତ୍ତିକ ଖବର ପରିବେଷଣ କରିବା ନେଇ ଆହ୍ବାନ କରିଛନ୍ତି। ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା ଯୋଗ ଦେଇ ସମସ୍ତ ସମସ୍ୟା ମଧ୍ୟରେ ଖବର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ନିଜ ସମ୍ବାଦ ପରିବେଷଣ କରିବା ବୁଦ୍ଧିମତା ପରିଚୟ ବୋଲି ଆହ୍ବାନ ଦେଇଥିଲେ। ମୋତିଲାଲ ବାଗ, ପରମେଶ୍ବର ବାରିକ, ଯୋଗେଶ୍ୱର ସଗରିଆ, ଙ୍କ ସମେତ ବରିଷ୍ଠ ସାମ୍ବାଦିକ ବିଜୟ ସହିଶ,ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଦେଇ ନିଜର ଉପସ୍ଥିତି ଜାହିର କରିଥଲେ। ସଭା ଶେଷ ରେ କୁନାଲ ଚରଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟରତ ସାମ୍ବାଦିକ ପରିଷଦ ର ସମସ୍ତ ସଦସ୍ୟ ଏ ଅବସର ରେ ଯୋଗ ଦେଇ ସମ୍ପୂର୍ଣ୍ଣ ସହଯୋଗ କରିଥଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha