102
ନୂଆପଡ଼ା -୨୬/୦୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ଶ୍ରୀ ଅଗ୍ରସେନ ଭବନରେ ଶୁକ୍ରବାର ଖରିଆର ରୋଡ୍ ଚାମ୍ବର ଅଫ୍ କମର୍ସର ସଭାପତି ପଦ ପାଇଁ ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇଛି।
ନିର୍ବାଚନରେ ବୈଭବ ଜୈନ ସଭାପତି ଭାବେ ବିଜୟୀ ହୋଇଛନ୍ତି। ମୋଟ ୨୯୦ ଜଣ ଭୋଟରଙ୍କ ମଧ୍ୟରୁ ୨୫୨ ଜଣ ମତଦାନ କରିଥିଲେ। ବୈଭବ ଜୈନ ୧୪୪ଟି ଭୋଟ ପାଇ ନିଜ ପ୍ରତିଦ୍ୱନ୍ଦ୍ୱୀ ଅତୁଲ ଧୋଲକିଆଙ୍କୁ ୩୬ ଭୋଟରେ ପରାସ୍ତ କରିଛନ୍ତି। ଅତୁଲ ଧୋଲକିଆଙ୍କୁ ମୋଟ ୧୦୮ଟି ଭୋଟ ମିଳିଥିଲା।
ଅନ୍ୟପକ୍ଷରେ, କମଳେଶ ମେହେତା ସମ୍ପାଦକ, ସଞ୍ଜୟ ସୋନି ଉପସଭାପତି ଏବଂ ରାକେଶ ବର୍ମା କୋଷାଧ୍ୟକ୍ଷ ଭାବେ ନିର୍ବିରୋଧ ଭାବେ ଚୟନ ହୋଇଛନ୍ତି। ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିଥିଲେ ନିର୍ବାଚନ ଅଧିକାରୀ ଆଡଭୋକେଟ୍ ରମେଶ ଅଗ୍ରୱାଲ। ନିର୍ବାଚନ ପରିଚାଳନାରେ ତାଙ୍କ ସହଯୋଗୀ ଆଡଭୋକେଟ୍ ରାଜନନ୍ଦିନୀ ଅଗ୍ରୱାଲ, ଅନୁପ ଶର୍ମା, ବିବେକ କୁମାର ଜୋଶୀ, ନୀତା ବାଗ, ବୈଭବ ଜୋଶୀ, ପ୍ରେମଲାଲ ମହାରଣା ଏବଂ ଜୟ ନିଷାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।