68
ନୂଆପଡ଼ା -୧୦/୬- ଧାନ ଚାଷରେ ଜଳ ଓ ଶ୍ରମିକ ସମସ୍ୟାର ସମାଧାନ ସହ ଚାଷୀଙ୍କ ରୋଜଗାର ବଢ଼ାଇବା ପାଇଁ ଏକ ଅଭିନବ ପ୍ରୟାସ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ଗ୍ରାମଠାରେ ଆଜି ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (mDSR – Mechanized Direct Seeded Rice) ସମ୍ବନ୍ଧୀୟ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ), କୃଷି ବିଭାଗ ଏବଂ ସ୍ଥାନୀୟ ଏନଜିଓ ‘ଭରସା’ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।