36
ନୂଆପଡ଼ା -୨୭/୦୯ (ସୁରେନ୍ଦ୍ର ତିୱାରୀ ) ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା (SJDY) ଅଧୀନରେ ନୂଆପଡ଼ା ଜିଲ୍ଲାରୁ ୨୯୦ ଜଣ ତୀର୍ଥଯାତ୍ରୀଙ୍କ ପୁରୀ ଯାତ୍ରା ରବିବାର ଶୁଭାରମ୍ଭ ହୋଇଛି। ମହୁଆଭଟାସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ଆୟୋଜିତ ଏକ ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ।
ଏହି ପର୍ଯ୍ୟାୟରେ ୨୯୦ ଜଣ ତୀର୍ଥଯାତ୍ରୀ ୮ଟି ବସ୍ରେ ପୁରୀ ଯାତ୍ରା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସୁବିଧାଜନକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବହନ, ସ୍ୱାସ୍ଥ୍ୟ, ପାନୀୟଜଳ ସମେତ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି।
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ମିଳିଥିବାରୁ ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ଖୁସି, ଆନନ୍ଦ ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା। ଦୀର୍ଘଦିନର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ହେବାକୁ ଯାଉଥିବାରୁ ଅନେକ ତୀର୍ଥଯାତ୍ରୀ ନିଜ ଖୁସି ବ୍ୟକ୍ତ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Table of Contents

🚌 ୮ଟି ବସ୍ରେ ପୁରୀ ଯାତ୍ରା
ଏହି ପର୍ଯ୍ୟାୟରେ ୨୯୦ ଜଣ ତୀର୍ଥଯାତ୍ରୀ ୮ଟି ବସ୍ରେ ପୁରୀ ଯାତ୍ରା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସୁବିଧାଜନକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବହନ, ସ୍ୱାସ୍ଥ୍ୟ, ପାନୀୟଜଳ ସମେତ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି।
🙏 ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍ସାହିତ ତୀର୍ଥଯାତ୍ରୀ
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ମିଳିଥିବାରୁ ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ଖୁସି, ଆନନ୍ଦ ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା। ଦୀର୍ଘଦିନର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ହେବାକୁ ଯାଉଥିବାରୁ ଅନେକ ତୀର୍ଥଯାତ୍ରୀ ନିଜ ଖୁସି ବ୍ୟକ୍ତ କରିଥିଲେ।
👥 ଅଧିକାରୀ ଓ ଜନପ୍ରତିନିଧିଙ୍କ ଉପସ୍ଥିତି
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
✨ ଭକ୍ତି, ଆସ୍ଥା ଓ ଆନନ୍ଦର ସହ ପୁରୀ ଅଭିମୁଖେ ନୂଆପଡ଼ାର ତୀର୍ଥଯାତ୍ରୀ।