Home ରାଜ୍ୟଲୋକ ଅଦାଲତ, ନୂଆପଡ଼ା : ଆପୋଷ ବୁଝାମଣା ରେ ଟଙ୍କା ଫେରସ୍ତ ପାଇଲେ

ଲୋକ ଅଦାଲତ, ନୂଆପଡ଼ା : ଆପୋଷ ବୁଝାମଣା ରେ ଟଙ୍କା ଫେରସ୍ତ ପାଇଲେ

by Maraguda Express
0 comments

ଲୋକ ଅଦାଲତ, ନୂଆପଡ଼ା : ଆପୋଷ ବୁଝାମଣା ରେ ଟଙ୍କା ଫେରସ୍ତ ପାଇଲେ। ନୂଆପଡ଼ା -୧୫/୭(ସୁରେନ୍ଦ୍ର ତିୱାରୀ ) ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ, ନୂଆପଡ଼ାରେ ଏକ ପ୍ରାକ୍ -ମକଦ୍ଦମା ସ୍ତରୀୟ ମାମଲାର ଆପୋଷ ବୁଝାମଣାରେ ସମାଧାନ ହୋଇଯାଇଛି । ପ୍ରକାଶ ଥାଉକି ଗୋବିନ୍ଦ ସାହୁ ସ୍ଥାୟୀ ଏବଂ ନିରନ୍ତର ଲୋକଅଦାଲତ ରେ ତୁଳସୀରାମ ମିର୍ଦ୍ଧାଙ୍କ ବିରୁଦ୍ଧରେ ପାଞ୍ଚ ହଜାର ଟଙ୍କା ଫେରସ୍ତ ପାଇବା ପାଇଁ ଏକ ପ୍ରାକ୍- ମକଦ୍ଦମାସ୍ତରୀୟ ମାମଲା ଦାୟର କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ନବନୀତା ଦାଶଙ୍କ ସମ୍ମୁଖରେ ଆପୋଷ ବୁଝାମଣା ହୋଇ ପ୍ରତିବାଦୀ ତୁଳସୀରାମ ମିର୍ଦ୍ଧା ବାଦୀ ଗୋବିନ୍ଦ ସାହୁଙ୍କୁ ତାଙ୍କ ପ୍ରାପ୍ଯ ଫେରସ୍ତ କରିଛନ୍ତି । ଆପୋଷ ସହମତିରେ ଓ ବିନା ଖର୍ଚ୍ଚରେ ମକଦ୍ଦମାର ସମାଧାନ ହୋଇଥିବାରୁ ଉଭୟ ପକ୍ଷ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ଏଠାରେ ସୂଚାଯୋଗ୍ୟ ଯେ, ପ୍ରାଧିକରଣ ତରଫରୁ ଜନସାଧାରଣଙ୍କୁ ୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନ୍ୟାୟାଳୟରେ ନିଜର ବିଚାରାଧିନ ଥିବା ମାମଲା ଗୁଡ଼ିକରେ ମଧ୍ୟସ୍ଥତା ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha