Home ରାଜ୍ୟବିଦ୍ୟାଳୟ ପରିସରରେ ଛାତ୍ର ଆତ୍ମହତ୍ୟା ଅଭିଯୋଗ

ବିଦ୍ୟାଳୟ ପରିସରରେ ଛାତ୍ର ଆତ୍ମହତ୍ୟା ଅଭିଯୋଗ

by Maraguda Express
0 comments

ବିଦ୍ୟାଳୟ ପରିସରରେ ଛାତ୍ର ଆତ୍ମହତ୍ୟା ଅଭିଯୋଗ
ନୂଆପଡ଼ା -୧୭/୭ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସାହାଜେଟ ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖରିଆର ଥାନା ଅନ୍ତର୍ଗତ ବଡ଼ ମହେଶ୍ୱର ଗ୍ରାମର ତୁଳସୀଦାସ ବନଛୋର ଙ୍କ ପୁଅ ଅଶ୍ୱିନୀ ଦାସ (୧୫) ଉକ୍ତ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ରେ ପଢୁଥିଲେ। ସମ୍ପୃକ୍ତ ଛାତ୍ର ଜଣକ ପଛୁଆ ବର୍ଗ ର ହୋଇଥିବାବେଳେ ଉକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଜଗଦୀଶ ନାଗ ଙ୍କ ସମ୍ପର୍କୀୟ ଭଣଞ୍ଜା ହୋଇଥିବା ହେତୁ ଆଦିବାସୀ ହରିଜନ ବର୍ଗ ର ଛାତ୍ର ଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ ରେ ରହିବାକୁ କୌଣସି ପ୍ରକାରେ ସମର୍ଥ ହୋଇଥିଲେ। ସହପାଠୀ ଅନ୍ତେବାସୀ ମାନଙ୍କ କହିବା ପ୍ରକାରେ ସେମାନେ ଏକାଠି ଛାତ୍ରାବାସ ରେ ରହୁଥିଲେଓ ଗତ ରାତି ରେ କନ୍ଦାକାନ୍ଦି କରୁଥିଲେ।ସେ କାହିଁକିକାନ୍ଦୁଛନ୍ତି ବୋଲି ସହପାଠୀ ମାନେ ପଚାରିଥିଲେହେଁ କୌଣସି କାରଣ କହି ନଥିଲେ। ରାତ୍ରୀ ଭୋଜନ ପରେ ସେ ଛାତ୍ରାବାସ ରେ ଅନୁପସ୍ଥିତ ଥିବା ଜାଣି ସହପାଠୀ ମାନେ ରାନ୍ଧୁଣି ଙ୍କୁ ଜଣେଇ ଖୋଜାଖୋଜି କରି ତାଙ୍କୁ ଛାତ୍ରାବାସ ରୁ ମାତ୍ର ପଚାଶ ଫୁଟ ଦୂର ଏକ ମହୁଲ ଗଛରେ ବେକରେ ଏକ ସାଲ କୁ ବାନ୍ଧି ଝୁଲୁଥିବା ଦେଖି ସହକାରୀ ଶିକ୍ଷକ ତଥା ସହକାରୀ ତତ୍ୱାବଧାରକ ଲୋଚନ ଶବର ଙ୍କୁ ଫୋନ୍ ଯୋଗେ ଜଣେଇ ଥିଲେ।ସେ ତରବୋଡ଼ ରୁ ଆସି ଘଟଣା ସମ୍ବନ୍ଧେ ଅବଗତ ହୋଇ ଥିଲେ।ରାନ୍ଧୁଣି ଓ ସହପାଠୀ ଛାତ୍ରଙ୍କ ସହାୟତା ରେ ଗଛରୁ ଛାତ୍ର ଜଣକୁ ଉଦ୍ଧାର କରାଯାଇସାରିଥିବା ଦେଖି ତାଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋମନା ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିଲେ.। ବ୍ୟବଚ୍ଛେଦ ପରେ ପୋଲିସ ଶବଟିକୁ ପରିବାର କୁ ହସ୍ତାନ୍ତର କରିଥିବା ଜଣା ପଡିଛି। ଖବର ପାଇ ନୂଆପଡା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭୁଏ, ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱାଧୀନ ମିଶ୍ର ବିଦ୍ୟାଳୟ କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। କିଛି ସମୟ ବିଦ୍ୟାଳୟ ପରିସର ରେ ଉପସ୍ଥିତ ଜନତା ମଧ୍ୟ ରେ ଚପା , ଉତ୍ତେଜନା ଦେଖା ଦେଇଥିଲା । ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ ଛାତ୍ର ଜଣକୁ ହତ୍ୟା କରାଯାଇଥିବା ସନ୍ଦେହ କରି ବିଚାରବିଭାଗୀୟ ତଦନ୍ତ ଦାବୀ କରିଛନ୍ତି। ଘଟଣାକୁ ନେଇ ସାଧାରଣରେ ଚାପା ଉତ୍ତେଜନା ଲକ୍ଷ୍ୟ କରାଯାଇଥିବା ବେଳେ ଉତ୍ୟକ୍ତ ଜନତା ଆତ୍ମହତ୍ୟା ପାଇଁ ଶିକ୍ଷକ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରି ସ୍କୁଲ ର ସମସ୍ତ କର୍ମଚାରୀ ଙ୍କୁ ତୁରନ୍ତ ବଦଳି ପାଇଁ ଦାବୀ କରିଥିଲେ। ବେନିୟମ ଭାବେ ପଛୁଆ ବର୍ଗର ଛାତ୍ର ଙ୍କୁ ଛାତ୍ରାବାସ ରେ ରଖାଯାଇଥିବାରୁ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ଶିକ୍ଷକ ଜଗଦୀଶ ନାଗ ସମେତ ଛାତ୍ରାବାସ ର ତତ୍ୱାବଧାରକ, ସହକାରୀ ତତ୍ୱାବଧାରକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି।ଘଟଣାସ୍ଥଳରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହୀର ପହଞ୍ଚି ଘଟଣା ର ନିରପେକ୍ଷ ତଦନ୍ତ ଦାବୀ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ଚାଲିଛି ଓ ତଦନ୍ତ ସରିଲେ ପ୍ରକୃତ ଘଟଣା ଜଣା ପଡିବ ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଉପରୋକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରଦେବ ହଂସ ଙ୍କୁ ଛାତ୍ର ଆତ୍ମହତ୍ୟା ଘଟଣା ଉପରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ କିଛି ବି ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ସ୍କୁଲ କର୍ତୃପକ୍ଷ ଙ୍କ ଅବହେଳା ରୁ ରୋଗଗ୍ରସ୍ଥ ଜନୈକା ଛାତ୍ରୀ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଏହି ଘଟଣାରେ ତତ୍କାଳୀନ ମହିଳା ୱାର୍ଡେନ ଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ଓ ଅଦ୍ୟାବଧି ଏହି ପଦବୀ ପୂରଣ ହୋଇନଥିବା ଜନସାଧାରଣ ପ୍ରକାଶ କରିଛନ୍ତି।ଦୀର୍ଘ ଦିନରୁ ଏହି ବିଦ୍ୟାଳୟ ର ପରିଚାଳନା ସମିତି କୁ ଭଙ୍ଗକରି ପୁନର୍ଗଠନ କରା ଯାଇନଥିବାରୁ କର୍ମଚାରୀ ଅବହେଳା ପ୍ରଦର୍ଶନ ର ସୁଯୋଗ ପାଉଥିବା ସାଧାରଣ ରେ ଅଭିଯୋଗ ହେଉଛି। ଉପରୋକ୍ତ ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ କାରଣ ପଦା କୁ ଆସିବ ବୋଲି ଅଞ୍ଚଳବାସୀ ଦାବୀ କରୁଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha