Home ରାଜ୍ୟବସ ଷ୍ଟାଣ୍ଡ ର ଷ୍ଟ୍ରୀଟ ଲାଇଟ ଜଳୁନି, ଆଣ୍ଠୁଏ ପାଣି ସହ ସ୍କୁଲ ପାଖରେ ପ୍ଲାଷ୍ଟିକ,ଅଳିଆ ଆବର୍ଜନା ଯୋଗୁଁ ପରିବେଶ ଦୂଷିତ

ବସ ଷ୍ଟାଣ୍ଡ ର ଷ୍ଟ୍ରୀଟ ଲାଇଟ ଜଳୁନି, ଆଣ୍ଠୁଏ ପାଣି ସହ ସ୍କୁଲ ପାଖରେ ପ୍ଲାଷ୍ଟିକ,ଅଳିଆ ଆବର୍ଜନା ଯୋଗୁଁ ପରିବେଶ ଦୂଷିତ

by Maraguda Express
0 comments

ବୋଡ଼େନ- ୨୬/୭ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ  ବ୍ଲକ ର ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ପାତାଳ ଗଙ୍ଗା, ହେଲେ ବସଷ୍ଟାଣ୍ଡ ରେ ହାଇମେକ୍ସ ଲାଇଟ ଓ ଷ୍ଟ୍ରୀଟ ଲାଇଟ ନ ଥିବାରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ ତଥା ଅଞ୍ଚଳ ବାସୀ, ଛ ମାସହେଲା ଲାଇଟ ଟି ଅଚଳ, ଏପଟେ ବସ ଷ୍ଟାଣ୍ଡ ରେ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଯାତାୟାତରେ ବେଶ ବାଧା ଉପୁଯାଉଛି । ଉପ୍ରା ବିଦ୍ୟାଳୟରେ ପାଚେରୀ କଡେ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା  ଭରପୁର । ସରକାରୀ କାଗଜ ପତ୍ରରେ ପ୍ଲାଷ୍ଟିକ ମୁକ୍ତ ଥିବାବେଳେ ଜିଲ୍ଲାପାଳ କଣ ବସଷ୍ଟାଣ୍ଡ ର ପାଣିରେ ଭାସିବା ନଜର କୁ ନିଶ୍ଚୟ ଆସୁଥିବା ଅନୁମେୟ । କେବେ ହାଇମାକ୍ସ ଲାଇଟ ଜଳିବ ଓ କେବେ ଡ୍ରେନ ବ୍ୟବସ୍ଥା ହେବ ତାହା ଚର୍ଚ୍ଚା ର ବିଷୟ ହୋଇଛି । ଏଣୁ ଆମେ ବୋଡେ଼ନ ଜି.ପି. ର ପିଇଓ ଙ୍କୁ ଯୋଗାଯୋଗ କରିବାରୁ ଭ୍ରୁକ୍ଷେପ ନକରି ଫୋନ ଉଠାଇ ନଥିଲେ ।ଏଠି ଅନେକ ଅସୁବିଧାକୁ ବିଭାଗୀୟ ଅଧିକାରୀ ଚୁପ ବସିବେ ନା ପଦକ୍ଷେପ ନେବେ ଦେଖିବାକୁ ବାକିରହିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha