Home ରାଜ୍ୟନୂଆପଡ଼ା ରେ ପ୍ରଶାସନର ବଡ଼ ଆକ୍ସନ : ରାସ୍ତା କଡ଼ ଗୋଦାମରୁ ବିପୁଳ ପରିମାଣର ବେଆଇନ ଧାନ ଜବତ।

ନୂଆପଡ଼ା ରେ ପ୍ରଶାସନର ବଡ଼ ଆକ୍ସନ : ରାସ୍ତା କଡ଼ ଗୋଦାମରୁ ବିପୁଳ ପରିମାଣର ବେଆଇନ ଧାନ ଜବତ।

by Maraguda Express
0 comments
ନୂଆପଡ଼ା -୭/୬- ଜିଲ୍ଲାରେ ଧାନର କଳାବଜାରୀ ଏବଂ ବେଆଇନ ମହଜୁଦକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଆଜି ନୂଆପଡ଼ା ଏନ୍‌ଏସି ଅନ୍ତର୍ଗତ ମନ୍ଦିରପଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ଅବୈଧ ଧାନ ଜବତ କରାଯାଇଛି।
ଗୋପନୀୟ ସୂଚନା ଆଧାରରେ ଚଢ଼ାଉ କରାଯାଇଛି।
ମନ୍ଦିରପଡ଼ା ସ୍ଥିତ ଏକ ରାସ୍ତା କଡ଼ ଭଡ଼ା ଗୋଦାମରେ ବେଆଇନ ଭାବେ ଧାନ ଗଚ୍ଛିତ ରଖାଯାଇଥିବା ନେଇ ଯୋଗାଣ ବିଭାଗକୁ ସୂଚନା ମିଳିଥିଲା। ଅଭିଯୋଗ ଅନୁଯାୟୀ, ରବୀନ୍ଦ୍ର ଗୁପ୍ତା ନାମକ ଜଣେ ଅଣଚାଷୀ ଏହି ଧାନ ମହଜୁଦ ରଖିଥିଲେ। ପ୍ରଶାସନିକ ଟିମ୍ ହଠାତ୍ ସେଠାରେ ପହଞ୍ଚି ଯାଞ୍ଚ କରିବା ସହ ୧୬୪ଟି ବସ୍ତାରେ ଥିବା ପ୍ରାୟ ୪୭.୭୦ କ୍ୱିଣ୍ଟାଲ ଧାନ ଜବତ କରିଛି।
ନୂଆପଡ଼ା ଅତିରିକ୍ତ ତହସିଲଦାର ଜଗଜୀବନ ମାଝୀ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ସ୍ପେଶାଲ୍ ଡ୍ରାଇଭ୍ କରାଯାଇଥିଲା। ଏହି ସମୟରେ:
ହୃଷୀକେଶ ନାୟକ (ସହକାରୀ ଯୋଗାଣ ଅଧିକାରୀ)
ଶୁଭଶ୍ରୀ ଦାଶ (ଯୋଗାଣ ନିରୀକ୍ଷିକା) ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସମଗ୍ର ପ୍ରକ୍ରିୟାର ପରିଚାଳନା କରିଥିଲେ।
ପ୍ରଶାସନର ଚେତାବନୀ -ଜବତ ହୋଇଥିବା ଧାନର ପ୍ରକୃତ ଉତ୍ସ କ’ଣ ଏବଂ ଏହାକୁ କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା, ସେ ନେଇ କାଗଜପତ୍ର ଯାଞ୍ଚ ସହ ଅଧିକ ତଦନ୍ତ ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଗାମୀ ଦିନରେ ଅବୈଧ ଧାନ ମହଜୁଦ, ବେଆଇନ ପରିବହନ ଓ କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଏହିଭଳି କଡ଼ା ଚଢ଼ାଉ ଜାରି ରହିବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha