Home ରାଜ୍ୟଖଇରା ପଞ୍ଚାୟତ : ରାସ୍ତା ମରଣ ଯନ୍ତା, କାଦୁଅ ପଚ ପଚ, ସୂଚନା ଫଳକ ବିନା କାମ ଚାଲିଛି

ଖଇରା ପଞ୍ଚାୟତ : ରାସ୍ତା ମରଣ ଯନ୍ତା, କାଦୁଅ ପଚ ପଚ, ସୂଚନା ଫଳକ ବିନା କାମ ଚାଲିଛି

by Maraguda Express
0 comments
ବୋଡ଼େନ -୨୯/୭ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଦେଖିବାକୁ ମିଳୁଛି । ଏହାର ନଗ୍ନ  ଉଦାହରଣ ଖଇରା ପଞ୍ଚାୟତ ରେ ବିନା ସୂଚନା ଫଳକ ରେ ଭୁତ ରାସ୍ତା କାମ କରୁଛି ବୋଲି ଅଭିଯୋଗ ହୋଇଛି । ଗୋଟିଏ ପଟେ ବଜାର ଠାରୁ ଡ଼ୁମେରପଡା ଓ ଅନ୍ୟପଟେ ଖଇରା ବରଗଛ ପାଖରୁ ଗୋହିରାପଦର ରାସ୍ତାରେ ଅସରାଏ ବର୍ଷାରେ କାଦୁଅ ପଚ ପଚ ହୋଇ ଲୋକଙ୍କ  ଯାତାୟାତ ରେ ଘୋର ଅସୁବିଧାର ସମ୍ମଖୀନ ସହ ଅନେକ ଦୁର୍ଘଟଣା ହେବାର ନଜିର ରହିଛି । ମାସେ ହେବ କାମ କିଏ କରୁଛି,ତାର ସୂଚନା ଫଳକ ନାହିଁ କି କାମ ଆଗକୁ ଅଗ୍ରଗତି କରୁନି । ଏଣୁ ବିଭାଗୀୟ ଅଧିକାରୀ ଉକ୍ତ କାମକୁ ନଜର ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଖଇରା, ଗୋହିରାପଦର ଓ ଡ଼ୁମେରପଡା ବାସିନ୍ଦା ସାଧାରଣରେ ଦାବି କରୁଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha