Home ରାଜ୍ୟସିନାପାଲି ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ସିନାପାଲି ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

by Maraguda Express
0 comments

ନୂଆପଡ଼ା -୩/୮(ସୁରେନ୍ଦ୍ର ତିୱାରୀ ) ସିନାପାଲି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ବିଦ୍ଯାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ସିନାପାଲି ସଙ୍କୁଳ ପ୍ରମୁଖ ତୁଳସୀରାମ ମେହେର ଏହାକୁ ଉଦଘାଟନ କରିଥିବା ବେଳେ ଉଦଘାଟନୀ ସଭାରେ ବିଦ୍ଯାଳୟ ପରିଚାଳନା ସଭାପତି ନରହରି ମେହେର, ପ୍ରଧାନ ଆଚାର୍ଯ୍ୟ ଚରଣ ନେତାମ ମଞ୍ଚାସୀନ ଥିଲେ । ମେଳାରେ ମୋଟ ୧୫୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଅନିଲ ସା, ବାସୁଦେବ ବିଶି, ଜିତେନ୍ଦ୍ର ସାହୁ, ଦୀପକ କୁମାର ସା , ସୁଶ୍ରୀ ନିବେଦିତା ବେହେରା ଓ ନିହାର ରଞ୍ଜନ ମେହେର ବିଚାରକ ଭାବରେ ଯୋଗଦେଇଥିଲେ । ଏହି ଅବସରରେ କଥାକଥନ, ମୂର୍ତ୍ତି କଳା, ନିବନ୍ଧ, ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ ଆଦି ପ୍ରତିଯୋଗିତା ମଧ୍ଯ ଆୟୋଜିତ ହୋଇଥିଲା । ବିଷ୍ଣୁଶରଣ ହୋତାଙ୍କ ତତ୍ୱାବଧାନରେ ଆୟୋଜିତ ଉଦଯାପନୀ ସଭାରେ ଶିକ୍ଷାବିତ ପର୍ଶୁରାମ ମେହେର, ତୁଳସୀରାମ ମେହେର, ଗିରିଶ ଚନ୍ଦ୍ର ନାୟକ, ନରହରି ମେହେର ଯୋଗଦେଇ କୃତି ଭାଇଭଉଣୀଙ୍କୁ ପୁରସ୍କୃତ କରିଥିଲେ । ଦେବାଶିଷ ନାଏକ କାର୍ଯ୍ୟକ୍ରମର ବୃତ୍ତକଥନ କରିଥିବା ବେଳେ ସ୍ଵପ୍ନ କୁମାର କାଣ୍ଡ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା ସମିତି ଓ ସେବକ ସେବିକା କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha