
ନୂଆପଡ଼ା -୬/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଲିଆଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର
ବରିଷ୍ଠ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଭୋଇ ଙ୍କ ସିତିଲିଖାଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବଦଳି ହୋଇ ଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ପଣ୍ଡା ଙ୍କ ଚଉରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବଦଳି ହୋଇଛି।
ଲିଆଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଦୁଇ ଜଣ ଅନ୍ୟତ୍ର ବଦଳି ହୋଇଥିଲା ବେଳେ ନିକଟସ୍ଥ ଝଙ୍କାରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଧନମଣି ବାଗଙ୍କୁ ଲିଆଡ଼ ବିଦ୍ୟାଳୟ କୁ ବଦଳି କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ବହୁ ଦିନହେଲା ଲିଆଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟୀକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଜ୍ଞାନ ଶିକ୍ଷକ ପଦବୀ ଖାଲିପଡ଼ିଛି। ନୂତନ ରୁପେ ଯୋଗଦାନ୍ କରିଥିବା ଶିକ୍ଷକଙ୍କୁ ସ୍ଵାଗତ କରିଥିବା ବେଳେ ଅନ୍ୟତ୍ର ବଦଳି ହୋଇଥିବ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ଏକ ଆବେଗମୟ ପରିବେଶ ରେ ଭାବବିହ୍ୱଳ ହୋଇ ଛାତ୍ର ଛାତ୍ରୀ ଓ ଶିକ୍ଷକବୃନ୍ଦ ତାଙ୍କ ବିଦ୍ୟାଳୟ ପ୍ରତି ସମର୍ପଣ ଭାବ କୁ ମନେ ପକାଇ ଉଦବୋଧନ ଦେଇଥିଲେ । ଉପରୋକ୍ତ ବିଦାୟ ଓ ସ୍ୱାଗତ ସଭା ରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସହଯୋଗ ରେ ଶିକ୍ଷକ ତୁଲାରାମ ମାଝୀ, ଡାକେଶ୍ୱର ନିଆଲ,ଦେବେନ୍ଦ୍ର ବଛା ଓ ଲିଲି ମେହେର ତଥା ବିଦ୍ୟାଳୟ ପରିଚାଳନା ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲିଆଡ଼ ରେ ସ୍ଵାଗତ ଓ ବିଦାୟ ସମ୍ବର୍ଦ୍ଧନା
106