97
ନୂଆପଡ଼ା, ୯/୮: ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ଛେଳି ବଜାର ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳାଇ ଦେଇଛି।ସୂଚନା ଅନୁସାରେ, ନୂଆପଡ଼ା ଅଭିମୁଖେ ଆସୁଥିବା ଏକ ସ୍ୱିଫ୍ଟ ଡିଜାୟାର କାର ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଥିଲା। ( IT ରୁଲ ଅନୁଯାୟୀ ଆମେ ନୀୟମ ର ସମ୍ମାନ କରି ମୃତକ ର ଫଟୋ ଦେଇ ନାହୁ)। ମୃତକଙ୍କ ପରିଚୟ ସମରସିଂ ଗ୍ରାମର ବିଷମ ମାଝୀ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ କାର ଚାଳକ ଓ ଅନ୍ୟ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।ଖବର ପାଇ ଲଖନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତରୀ ପରୀକ୍ଷା ଓ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କ ନିକଟରେ ହସ୍ତାନ୍ତର କରାଯାଇଛି।ପୋଲିସ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରି ଏକ ମାମଲା ରୁଜୁ କରିଛି। ଫେରାର ଥିବା କାର ଚାଳକଙ୍କୁ ଚିହ୍ନଟ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।