
ନୂଆପଡ଼ା -୧୭/୮ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ତେଲିପଡ଼ା ଛକ ସ୍ଥିତ ଦେଓ୍ବାଙ୍ଗନ ଭବନ ଠାରେ “ସମ୍ବିଧାନ ର ଆୱାଜ୍” ସଂଗଠନ ର ପ୍ରଥମ ବୋୖଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି। ଆଜି ର ବିଷୟ ଥିଲା “ଭାରତୀୟ ସମ୍ବିଧାନ ଓ ଭାଇଚାରା” ଉପରୋକ୍ତ ଆଲୋଚନା ଚକ୍ର ରେ ମଞ୍ଚ ପରିଚାଳନା କରିଥିଲେ ଅଶ୍ବିନୀ କୁମାର ଭୋଇ ତଥା ସ୍ବାଗତ ଭାଷଣ ଧନଞ୍ଜୟ ନନ୍ଦ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ସଂଯୋଜକ ଶଙ୍କର ମହାନନ୍ଦ ଆଲୋଚନା ଚକ୍ର ଆୟୋଜନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ବିଶଦ ରୂପେ ବୁଝାଇଥିଲେ । ଉକ୍ତ ସଭା ର ମୁଖ୍ୟ ଆଲୋଚକ ଭାବେ ଶ୍ରୀକାନ୍ତ ଚଟର୍ଜୀ ଅବସରପ୍ରାପ୍ତ କମିଶନର ଆୟକର ବିଭାଗ, ଜିତେନ୍ଦ୍ର ସୁନା ଅଧ୍ୟାପକ ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜି ପ୍ରମୁଖ ରୂପେ
ଉପସ୍ଥିତ ଥିଲେ। ସଭା ଶେଷ ରେ ଭୋଜ ରାଜ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପରୋକ୍ତ ଆଲୋଚନା ଚକ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ନିଜ ଅଧିକାର ପ୍ରତି ଜାଗ୍ରତ କରିବା ପାଇଁ ସଂଗଠନ ର ମହତ୍ ଉଦ୍ଦେଶ୍ୟ ଅଟେ ଓ ଏହା ପ୍ରତି ମାସରେ ବିଭିନ୍ନ ପ୍ରସଙ୍ଗ କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କର୍ତ୍ତା ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ର ଶତାଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୁସାନ ମହାନନ୍ଦ, ରବି ମଙ୍ଗରାଜ, ସରୋଜ ସୁନା, ବିରଞ୍ଚି ବରିହା, ଦିଗବିଜୟ ଦାସ , ରଥୁ ରାମ ଦୀପ, ଦିଗେଶ ତାଣ୍ଡି, ପ୍ରେମ ଲାଲ ସତନାମୀ , ଲକ୍ଷ୍ମୀକାନ୍ତ ପହରେ, ଅମନ ତାଣ୍ଡି, ଦେଓ ଲାଲ ବାଗ, ମନୋହର ସୁନାନୀ, ସିତାରାମ ମହାନନ୍ଦ ଓ ନାଥୁରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ।
“ଭାରତୀୟ ସମ୍ବିଧାନ ଓ ଭାଇଚାରା” ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ।
ସମ୍ବିଧାନ ର ଆୱାଜ୍ ସଂଗଠନ ର ପ୍ରଥମ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ।
109