ନୂଆପଡ଼ା ୧୭/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲା ଖଡ଼ିଆଳ ୱାର୍ଡ ନଂ ୧୦ ଲକ୍ଷ୍ମୀ ଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଳସ ଖୋଲିବା ବେଳେ ଅଘଟଣ ଘଟି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଛତା ଗ୍ରାମର ରଘୁନାଥ ହାତୀ (୨୭) ଓ କୁଟେନମୁଣ୍ଡା ଗ୍ରାମର ବାସୁଦେବ ଭୋଇ (୩୫)।
ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଆଜି ଦିବା ପ୍ରାୟ ୨ଟା ସମୟରେ ପାଇଖାନା ଟାଙ୍କି ଭିତରର ଫଳସ ଖୋଲିବାକୁ ଦୁଇ ଜଣ ଶ୍ରମିକ ଟାଙ୍କି ଭିତରକୁ ପଶିଥିଲେ। ସେମାନେ ସେଠାରେ ଅଣନିଶ୍ବାସୀ ହୋଇଯାଇଥିଲେ। ଖବରପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶ୍ରମିକଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଖଡ଼ିଆଳ ପୋଲିସ ମୃତ ଦୁଇ ଶ୍ରମିକଙ୍କ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
ପ୍ରକାଶ ଯେ, ସମ୍ପୃକ୍ତ ଠିକାଦାର ଶ୍ରମିକଙ୍କ ସୁରକ୍ଷା ପ୍ରତି କୌଣସି ଧ୍ୟାନ ଦେଇ ନ ଥିବାରୁ ଦୁଇ ଜଣ ନିରୀହ ଶ୍ରମିକଙ୍କ ଅକାଳରେ ଜୀବନ ଚାଲି ଯାଇଛି। ଜିଲା ପ୍ରଶାସନ ମୃତ ଦୁଇ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି କରିଛନ୍ତି।
ଖଡ଼ିଆଳ ଥାନା: ନିର୍ମାଣାଧୀନ ପାଇଖାନାରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ
109
previous post