ନୂଆପଡ଼ା -୨୨/୮(ସୁରେନ୍ଦ୍ର ତିୱାରୀ) ଓଡ଼ିଶା ରାଜସ୍ବ ଅମଲା ସଂଘର ଆହ୍ବାନ କ୍ରମେ ନୂଆପଡ଼ା ଜିଲ୍ଲା ସଭାପତି ତ୍ରିଲୋଚନ ରଥଙ୍କ ନେତୃତ୍ଵରେ ସମ୍ପାଦକ ମଦନ ସୁନ୍ଦର ସାହୁ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ମହାରଣା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋହନ ବାଗ,ବିଭୁଦତ୍ତ ମିଶ୍ର, ଅମ୍ବରିଶ ମିଶ୍ର,ଶ୍ରୀମତୀ ରଞ୍ଜନା ଶବର, ଅଭୟ ନାଥ,ଶ୍ରୀମତୀ ମମତା ଶବର, ପ୍ରବୀଣ ସାହୁ, ବିଜୟ ପାଢ଼ୀ,ଶ୍ରୀମତୀ ଗୋଦାବରୀ ଦାସ, ମିନାକ୍ଷୀ ଦାସ, ପ୍ରଭୃତି ନଛୋଡ଼ବନ୍ଧା ରାଜସ୍ବ ଅମଲା ଙ୍କ ସମୂହ ଛୁଟି ପ୍ରଦର୍ଶନ ର ଗାତକାଲି ଏକାଦଶ ଦିନରେ ପହଞ୍ଚିଛି । ପୁର୍ବରୁ ଏହି ଆନ୍ଦୋଳନକୁ ଜିଲ୍ଲା ଓକିଲ ସଂଘ, ନୂଆପଡ଼ା ସମର୍ଥନ କରି ସାରିଥିବା ବେଳେ ଆଜି ସିଭିଲ୍ ବାର ଓକିଲ ସଂଘ, ନୂଆପଡ଼ା ତରଫରୁ ସଙ୍ଘର ପୂର୍ବତନ ସଭାପତି ତଥା କେନ୍ଦ୍ରୀୟ ଆଇନ ଉପଦେଷ୍ଟା ପରିଷଦ ସଭ୍ୟ ସୁଶାନ୍ତ କୁମାର ପତି ଧାରଣା ସ୍ଥଳ କୁ ଆସି ରାଜସ୍ବ ଅମଲାଙ୍କ ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ। ସେ ମଧ୍ୟ ରାଜସ୍ବ ଅମଲାଙ୍କ ଦାବି ଯଥାର୍ଥ ଓ ଯୁକ୍ତିଯୁକ୍ତ ବୋଲି ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବିଷୟରେ ସଂଘ ସରକାରଙ୍କୁ ଅବଗତ କରେଇବ। ଆନ୍ଦୋନକାରୀମାନେ ଅମଲାମାନେ ଦିବଙ୍ଗତ କର୍ମଚାରି ନେତା କଟକ ଜିଲ୍ଲା ନିବାସୀ ଅର୍ଜ୍ଜୁନ ମହାକୁଡ଼ଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରିଥିଲେ। ଏହି ଶୋକ ସଭାରେ ମହକୁଡଙ୍କ ଭଣଜା ତଥା କର୍ମଚାରୀ ନେତା ଓ କବି ଅମିୟ କୁମାର ଦାସ ତାଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଲକ୍ଷ୍ମୀ ବାଗ, ଜାକିର ମହମ୍ମଦ ସୌରଭ ,କୁମାର ମାଝୀ, ବୁଧୁରାମ ନାଏକ, ଲଛମନ ଚିନ୍ଦା,ହିତେଶ କୁମାର ମେହେର, ଦୀପ୍ତି ରଞ୍ଜନ ପାଢ଼ୀ , ଦେବଦତ୍ତ ବେହେରା ହେମା ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ।
ରାଜସ୍ବ ଅମଲାଙ୍କ ଆନ୍ଦୋଳନ ସ୍ଥଳରେ କର୍ମଚାରୀ ନେତା ସ୍ୱର୍ଗତ ଅର୍ଜ୍ଜୁନ ମହକୁଡ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
46
previous post