Home ରାଜ୍ୟନୂଆପଡ଼ା ଜିଲ୍ଲା ରେ ଜୀବଜନ୍ତୁ ଶିକାର ଥମିବାର ନାଁ ନେଉନି।

ନୂଆପଡ଼ା ଜିଲ୍ଲା ରେ ଜୀବଜନ୍ତୁ ଶିକାର ଥମିବାର ନାଁ ନେଉନି।

ନୂଆପଡ଼ା ଜିଲ୍ଲା ରେ ଜୀବଜନ୍ତୁ ଶିକାର ଥମିବାର ନାଁ ନେଉନି: କେବେ ପୁଳାପୂଳା ମାଂସ ଜବତ ତ କେବେ ଶିକାରୀ /ବେପାରୀ ଗିରଫ।

by Maraguda Express
0 comments

ନୂଆପଡା – ୨୭/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ରେ ଜୀବ ଜନ୍ତୁ ଶିକାର ଥମିବାର ନାଁ ନେଉନାହିଁ। କେବେ ବଜ୍ରକାପ୍ତା ଚୋରୋ ଚାଲାଣ,ସାଲକାତି ଜବତ, ପ୍ରତି ମାସ ରେ ଜିଲ୍ଲା ର କେଉଁଠି ନା କେଉଁଠି ବନ୍ୟଜନ୍ତୁ ଶିକାର ଘଟଣା ଲୋକ ଲୋଚନ କୁ ଆସୁଛି। ଏ ପରିପ୍ରେକ୍ଷୀରେ ଚଳିତ ମାସ କିଛି ଦିନ ତଳେ କୋମନା ବ୍ଲକ ଭାଲୁକୋନ ଗ୍ରାମ ରେ ବାରହା ଶିକାରୀ ୩ ଜଣ ଗିରଫ ହୋଇଥିବା ବେଳେ ଓ ଉପରୋକ୍ତ ବ୍ଲକ ରେ ବାଘ ମାରି ମାଂସ ଖାଇ ଦୁଇ ଜଣ ଗିରଫ ହୋଇଥିଲେ ପୁନଃ ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ସମରସିଙ୍ଗି ପଞ୍ଚାୟତ ର ଜନ ପ୍ରତିନିଧି ବାରହା ମାଂସ କେସ ଅଭିଯୋଗ ରେ ତାଙ୍କ ସହ ୫ ଜଣ କୋର୍ଟ ଚାଲାଣ ହୋଇ ଥିଲେ।ବର୍ତ୍ତମାନ୍ ପୁନଃ ନୂଆପଡା ଜ଼ିଲ୍ଲା ସିନାପାଲି ଫରେଷ୍ଟ ରେଞ୍ଜ ଅଧୀନ ଚଟିଆଗୁଡା ଗାଁ ପାଖ ବିଜୁ ଏକ୍ସପ୍ରେସ ୱେ ପାଖରେ କଲରା ପତରିଆ ବାଘ ଛାଲ ସହ ଗୋଟିଏ ସ୍କୁଟି ଜବତ କରାଯାଇଥିଲା। ଅଭିଯୋଗରେ ସିନାପାଲି ର ହୃଷିକେଶ ବାଗଙ୍କ ବିରୋଧ ରେ ୱାଇଲ୍ଡ ଲାଇଫ୍ ଆକ୍ଟ ୧୯୭୨ ର ଧାରା ୨(୧୬),୩୯(୧),୪୪,୪୮ (କ) ଗିରଫ କରି ଗତ କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉପରୋକ୍ତ କେସ ରେ ତଦନ୍ତ ଅବ୍ୟାହତ ରହିଛି ବୋଲି ଡିଏଫଓ,ଖଡିଆଳ ଅଜିଜ ଖାନ ସୁଚନା ପ୍ରଦାନ କରିଛନ୍ତି । ଏ ଭଳି ବାରମ୍ବାର ଜୀବଜନ୍ତୁ ସିକାର ଦ୍ଵାରା ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସରକାର୍ କୋଟି କୋଟି ଟଙ୍କା ବନ୍ୟଜନ୍ତୁ ସଂରକ୍ଷଣ କରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରି ଖର୍ଚ୍ଚ କରୁ ଥିବା ବେଳେ ଏଭଳି ଅବାଧ ବନ୍ୟଜନ୍ତୁ ଶିକାର କିଭଳି ହେଉଛି ଓ କାହିଁକି ? ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ରେ ନିର୍ଭୟ ରେ ଜୀବଜନ୍ତୁ ଶିକାରୀ ମାଫିଆ ମାତିଥିବା ଅଭିଯୋଗ ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha