98
ନୂଆପଡ଼ା -୩୧/୮( ସୁରେନ୍ଦ୍ର ତିୱାରୀ ) ଅଖିଳ ଭାରତୀୟ 
ମାରୱାଡ଼ି ଯୁବାମଞ୍ଚ ସିନାପାଲି ଶାଖା ତରଫରୁ ସ୍ଥାନୀୟ ଅଗ୍ରେସନ ଭବନରେ ତିନିଦିନ ବ୍ଯାପି ଅଗ୍ରପୂଜ୍ଯ ଶ୍ରୀଗଣେଶଙ୍କ ପୂଜାନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ପିୟୁଷ କୁମାର ଅଗ୍ରୱାଲ ଓ ପୂଜକ ଭାବରେ ଜନ୍ମେଜୟ ପଣ୍ତା ଦାୟିତ୍ୱ ନିର୍ବାହ କରିଥିଲେ ।
ପୂଜା ଅବସରରେ ଶ୍ରଦ୍ଧାଳୁଙ୍କୁ ମିଷ୍ଟାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ଯକ୍ରମ ପରିଚାଳନାରେ ଯୁବାମଞ୍ଚ ସଭାପତି ହୀରାଲାଲ ଅଗ୍ରୱାଲ, ଉପସଭାପତି ଆଶିଷ କୁମାର ଅଗ୍ରୱାଲ, ସମ୍ପାଦକ ଗଣେଶ କୁମାର ଅଗ୍ରୱାଲ, କୋଷାଧକ୍ଷ ରାଜେଶ କୁମାର ଅଗ୍ରୱାଲ ଓ ଭବନ ମ୍ୟାନେଜର ସୁନିଲ କୁମାର ବର୍ମା ପ୍ରମୁଖ ସହଯୋଗ କରିଥିଲେ ।


