Home ରାଜ୍ୟନୂଆପଡ଼ା ଜିଲ୍ଲାରେ ୟୁରିଆ ସାର ର ଅଭାବି ସମସ୍ୟା ନେଇ ରାଜ୍ୟ କୃଷି ଭବନ ରେ କୃଷକ ନେତା ଯଦୁମଣି।

ନୂଆପଡ଼ା ଜିଲ୍ଲାରେ ୟୁରିଆ ସାର ର ଅଭାବି ସମସ୍ୟା ନେଇ ରାଜ୍ୟ କୃଷି ଭବନ ରେ କୃଷକ ନେତା ଯଦୁମଣି।

"ସାର ଯୋଗାଣ ସହିତ ସମ୍ପୃକ୍ତ ଅଧିକାରୀ, ଡିଲର , ରିଟେଲର , ରେକ ପଏଣ୍ଟ ହେଣ୍ଡଲର ସେ ଯେ କେହି ବି ସାର ବେନିୟମ ଗଚ୍ଛିତ ରଖି କଳାବଜାରୀ କରୁଥିବା କିମ୍ବା ଛତିଶଗଡ ରାଜ୍ୟକୁ ଚୋରା ଚାଲାଣ କରି ନୂଆପଡା ଜିଲ୍ଲା ଚାଷୀ ଙ୍କ ହକ୍ ମାରୁଥିବ ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି।"

by Maraguda Express
0 comments

ନୂଆପଡ଼ା -୨/୯ (ସୁରେନ୍ଦ୍ର ତିୱାରୀ) ଆଜି ଭୁବନେଶ୍ଵର ସ୍ଥିତ ରାଜ୍ୟ ସରକାର ଙ୍କ କୃଷି ଭବନ ରେ ଚାଷୀ ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ କୃଷିବିଭାଗ ଯୁଗ୍ମ ନିର୍ଦ୍ଦେଶକ ବସନ୍ତ ଦେ ତଥା ଡେପୁଟୀ ଡାଇରେକ୍ଟର କୃଷି ବିଭାଗ ସାରଦା ପ୍ରସନ୍ନ କର ଙ୍କ ସହିତ ନୂଆପଡା ଜିଲ୍ଲାରେ ଦେଖା ଦେଇଥିବା ସାର ବିଶେଷ କରି ୟୂରିଆ ସାର ଅଭାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ନୂଆଖାଇ ପୂର୍ବ ରୁ ନୂଆପଡା ଜିଲ୍ଲା କୁ ଆସି ଥିବା ୟୁରିଆ ସାର ଯଥେଷ୍ଟ ନୁହେଁ, ତୁରନ୍ତ ନୂଆପଡା ଜିଲ୍ଲା କୁ ୟୁରିଆ ସାର ଯୋଗାଣ ପାଇଁ ଉଚିତ ପଦକ୍ଷେପ ନେବାକୁ ଶ୍ରୀ ପାଣିଗ୍ରାହୀ ଦାବି କରି ଥିଲେ ଡେପୁଟୀ ଡାଇରେକ୍ଟର ଶ୍ରୀ କର ପ୍ରକାଶ କରିଥିଲେ ଯେ, ଆମେ ଚାଷୀ ଙ୍କ ପାଇଁ ସମ୍ବେଦଶୀଳ ଅଟୁ, ନୂଆପଡା ଜିଲ୍ଲା ପାଇଁ ଉତ୍ତର ପ୍ରଦେଶର ଫୁଲପୁର ସାର କାରଖାନା ରୁ ନୂଆପଡ଼ା କୁ ଆସନ୍ତା ପାଞ୍ଚ କିମ୍ବା ଛଅ ସେପ୍ଟେମ୍ବର ପୁର୍ବ ରୁ ଅଧା ରେକ ଅର୍ଥାତ୍ ୨୭, ୦୦୦ କୁଇଣ୍ଟାଲ୍ ୟୁରିଆ ସାର ପହଞ୍ଚିବା ପାଇଁ ବ୍ୟବସ୍ଥା ହୋଇସାରିଛି। ଏହା ବି ଯଥେଷ୍ଟ ହୋଇ ନ ପାରେ,ଆହୁରି ଅଧା ରେକ ଅର୍ଥାତ ୨୭୦୦୦ କୁଇନଟାଲ ୟୁରିଆ ଆଗମୀ ସେପ୍ଟେମ୍ୱର ଦଶ କିମ୍ବା ଏଗାର ସେପ୍ଟେମ୍ୱର ସୁଦ୍ଧା ପଠେଇବାପାଇଁ ଶ୍ରୀ ପାଣିଗ୍ରାହୀ ଉଭୟ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି। ଜିଲ୍ଲା ରେ ସାର ଅଭାବ ଦେଖା ଦେଇଥିବା ବେଳେ ଏହି ସମସ୍ୟା ର ସମାଧାନ ପାଇଁ କୃଷି ବିଭାଗ ର ଉଚ୍ଚ ଅଧିକାରୀ ସ୍ତର ରେ ମୋର ରୀତିମତ ଯୋଗାଯୋଗ ଓ ସମ୍ପର୍କ ରେ ପ୍ରଚେଷ୍ଟା ଜାରୀ ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସାର ଯୋଗାଣ ସହିତ ସମ୍ପୃକ୍ତ ଅଧିକାରୀ, ଡିଲାର , ରିଟେଲର , ରେକ ପଏଣ୍ଟ ହେଣ୍ଡଲର ସେ ଯେ କେହି ବି ସାର ବେନିୟମ ଗଚ୍ଛିତ ରଖି କଳାବଜାରୀ କରୁଥିବା କିମ୍ବା ଛତିଶଗଡ ରାଜ୍ୟକୁ ଚୋରା ଚାଲାଣ କରି ନୂଆପଡା ଜିଲ୍ଲା ଚାଷୀ ଙ୍କ ହକ୍ ମାରୁଥିବ ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି। ଏହା ସହିତ ଚାଷୀ ଙ୍କୁ ୟୁରିଆ ସାର ନେବା ପାଇଁ ବିଭିନ୍ନ କମ୍ପାନୀ ର ପେଷ୍ଟିଶାଇଡ୍ କିମ୍ବା ଅନ୍ୟ ପ୍ରଡକ୍ଟ କୁ ଟେଗ କରି ଚାଷୀ ଙ୍କୁ ହଇରାଣ ଓ ଖର୍ଚ୍ଚାନ୍ତ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ଦାବୀ କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ ଦାବୀ କରିଛନ୍ତି। ସାର ର ସୁଗମ ଯୋଗାଣ ପାଇଁ ଇଫକୋ ର ଓଡ଼ିଶା ମାର୍କେଟିଂ ମ୍ୟାନେଜର ସୌମିକ୍ ମଣ୍ଡଳ ଓ ପି ପି ଏଲ ର ରାଜ୍ୟ ମାର୍କେଟିଂ ଅଧିକାରି କାଳୀ ଚରଣ ରାଉତ ଙ୍କୁ ତାଙ୍କ କାର୍ଯ୍ୟାଳରେ ସାକ୍ଷାତ୍ ଆଲୋଚନା କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha