ନୂଆପଡ଼ା -୪/୯(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ନୂଆପଡା ଜିଲ୍ଲାରେ ନୂତନ ଏସପି ଭାବରେ ଯୋଗଦେଇଥିବା ଆଇପିଏସ ଅମ୍ରିତପାଲ ସିଂ କୁ ସୌଜନ୍ୟ ମୂଳକ ସାକ୍ଷତ କରି ଜିଲ୍ଲାର ଆଇନଶୃଙ୍ଖଳା ସମ୍ପର୍କିତ ବିଭିନ୍ନ ସମସ୍ୟା ର ସମାଧାନ ବିଷୟ ରେ ଆଲୋଚନା କରିଥିଲେ l ଜିଲ୍ଲାରେ ନିଶା କାରବାର ସହ ଜୁଆ ସଟ୍ଟା ପାଇଁ ଚର୍ଚ୍ଚାରେ ରହି ଆସୁଛି ଏହାକୁ ରୋକିବା ପାଇଁ ଏସପି ଙ୍କୁ ଅନୁରୋଧ କରିଥିଲେ ସଂଘ ସଦସ୍ୟ l ତା ସହ ବର୍ତ୍ତମାନ ଦାଦନ ଋତୁ ଚାଲୁଥିବାରୁ ବେନିୟମ ଭାବରେ ଚାଲାଣ ହେଉଥିବା ଦାଦନ ରୋକିବାରେ ପଦକ୍ଷେପ ନେବାକୁ ଏସପି ଙ୍କୁ କହିଥିଲେ l ସେହିଭଳି ଜିଲ୍ଲାର ବିଭିନ୍ନ ସହରରେ ଦେଖାଦେଉଥିବା ଟ୍ରାଫିକ ସମସ୍ୟା ସହ ରୋଡ଼ ରୋମୀୟ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସପି ଙ୍କୁ ଅବଗତ କରିଥିଲେ l ପରିଶେଷରେ ଏସପି ଅମ୍ରିତପାଲ ସିଂ ଏଥି ପାଇଁ ଗଣମାଧ୍ୟମ ର ସାହାୟତା ମଧ୍ୟ ଜରୁରୀ ବୋଲି କହିବା ସହ ପୂର୍ବରୁ ଏହି ଜିଲ୍ଲା ରେ ମୁଁ ଏସଡିପିଓ ଭାବରେ କାମ କରି ସାରିଛି ଏବଂ ଜିଲ୍ଲାର ସ୍ଥିତି ଓ ସମସ୍ୟା ଉପରେ ଅବଗତ ଅଛି ଆଗକୁ ସମସ୍ତ ଙ୍କ ସହଯୋଗ ରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ସୂଚାରୁରୂପେ ପରିଚାଲନା କରି ଜିଲ୍ଲାରେ ଶାନ୍ତି ବଜାୟ ରଖିବା ର ପ୍ରୟାସ କରିବି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି l ଏହି ଅବସରରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁରେଶ ଆଚାରୀ ସମ୍ପାଦକ ଦେବାନନ୍ଦ ତାଣ୍ଡି କେନ୍ଦ୍ର ତଥା ରାଜ୍ୟ ସଦସ୍ୟ ଦୀପକ ମିଶ୍ର ଓ ମନୋଜ ସଗରିଆ ଙ୍କ ସହ ଅମିତ ପୁରୋହିତ, ଶିଶିର ଭୂଇଁଆ, ରିତେଶ ରାଠୋଡ଼, ରାଜ କିରଣ ସିଂ ଦେଓ, ମୋହନଲାଲ ଦୀପ, ଚନ୍ଦ୍ରଶେଖର ବେହେରା, ବିଶ୍ୱନାଥ ସାମଲ, ଅଜିତ ବେହେରା ଓ ବିଷ୍ଣୁ ୟାଦବ ପ୍ରମୁଖ ଯୋଗଦେଇଥିଲେ ।
ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ନୂତନ ଏସପି ଙ୍କୁ ସାକ୍ଷାତ ।
ଜିଲ୍ଲାର ବିଭିନ୍ନ ସହରରେ ଦେଖାଦେଉଥିବା ଟ୍ରାଫିକ ସମସ୍ୟା ସହ ରୋଡ଼ ରୋମୀୟ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସପି ଙ୍କୁ ଅବଗତ କରିଥିଲେ l
44