ନୂଆପଡ଼ା -୯/୯(ସୁରେନ୍ଦ୍ର ତିୱାରୀ)ଜନ ପ୍ରିୟ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପାର୍ଥିବ ଶରୀର ଆଜି ଚେନ୍ନାଇ ଠାରୁ ଏକ ଏୟାର ଆମ୍ବୁଲାନ୍ସ ବିମାନ ଯୋଗେ ରାୟପୁର ଆସିଥିଲା ତା ପରେ ସଡ଼କ ପଥ ରେ ଖରିଆର ରୋଡ ପହଞ୍ଚିଥିଲା। ବିଜେଡି ଦଳୀୟ ନେତା ଓ କର୍ମୀ ଙ୍କ ଯୋଗଦାନ, ସର୍ବ ସାଧାରଣ ଶେଷ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଆଜି ଶେଷ ଦର୍ଶନ ପାଇଁ ଓଡ଼ିଶା ପୂର୍ବତନ ମନ୍ତ୍ରୀ ଏବଂ ନେତୃମଣ୍ଡଳୀ ଯୋଗ ଦେଇଛନ୍ତି।
ପୂର୍ବତନ ଭାଜପା ସାଂସଦ ବସନ୍ତ ପଣ୍ଡା, କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ସହ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ, ପୁସ୍ପେନ୍ଦୁ ସିଂ ଦେଓ,ପ୍ରଣବ ପ୍ରକାଶ ଦାସ,ପ୍ରଫୁଲ୍ଲ ମଲ୍ଲିକ,ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଅଧିରାଜ ପାଣିଗ୍ରାହୀ,ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ଆୟୁବ ଖାନ, ମନୋଜ ମିଶ୍ର, ଅବନି ରଞ୍ଜନ ଯୋଷୀ ,ପ୍ରସନ୍ନ ପାଢୀ, ସରୋଜ ସାହୁ, ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ, ନିଶାନ୍ତ ଡାଗା, ଗୋଲ୍ଡି ଅଗ୍ରୱାଲ, ସହ ବହୁ ଦଳୀୟ କର୍ମୀ ଯୋଗ ଦେଇଛନ୍ତି।
ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ୨୦ ନଭେମ୍ବର ୧୯୫୬ ମସିହା ରେ ଖରିଆର ରୋଡ ଠାରେ ଜନ୍ମ ଗ୍ରହଣ କରିଥିଲେ। ରାଜୁ ଭାଇ ରୂପେ ସେ ବେଶ ଲୋକପ୍ରିୟ ଥିଲେ। ଖରିଆର ରୋଡ ଏନ.ଏ.ସି. ଅଧ୍ୟକ୍ଷ ଭାବେ ସଫଳତା ସହ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ୨୦୦୪ ମସିହା ରେ ପ୍ରଥମେ ସ୍ଵାଧୀନ ବିଧାୟକ ଓ ତିନି ଥର ବିଜେଡ଼ି ଦଳ ରେ ବିଧାୟକ ଭାବେ ବିଜୟୀ ହୋଇ କ୍ୟାବିନେଟ୍ ମନ୍ତ୍ରୀ ହୋଇ ଥିଲେ। ସେ ଜଣେ ସଫଳ ରାଜନେତା ସହ ସମାଜ ସେବା ତାଙ୍କର ନିଶା ଥିଲା। ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଚକ୍ଷୁ ଶିବିର,ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର,ସାମୁହିକ ବିବାହ, ପାନୀୟ ଜଳ ଟେଙ୍କର ଇତ୍ୟାଦି ସାମାଜିକ କାର୍ଯ୍ୟ କରି ସେ ଅଞ୍ଚଳ ରେ ବେଶ ଲୋକପ୍ରିୟ ହୋଇପାରିଥିଲେ। ଏଭଳି ଏକ ଜନ ପ୍ରିୟ ନେତାଙ୍କୁ ଜିଲ୍ଲାବାସୀ ହରାଇ ଅନ୍ତିମ୍ ଦର୍ଶନ ନିମନ୍ତେ ଅବାଳ ବୃଦ୍ଧ ମହିଳା ଓ ପୁରୁଷ ପ୍ରତୀକ୍ଷା କରିଥିଲେ। ଛତିଶଗଡ- ଓଡ଼ିଶା ସୀମା ଜୋଙ୍କ ନିଦୀ ବ୍ରିଜ ନିକଟ ରେ ସମସ୍ତ ବିଜେଡ଼ି ନେତା,କର୍ମୀ ତଥା ସର୍ବ ସାଧାରଣ ପୁରୁଷ ମହିଳା ଶେଷ ଦର୍ଶନ ପାଇଁ ଏକତ୍ରିତ ହୋଇ “ରାଜୁ ଭାଇ ଅମର ରହେ” ସ୍ଲୋଗାନ ଦେଇ ଏକ ବିରାଟ ମୋଟର ସାଇକେଲ ଶୋଭଯାତ୍ରାରେ ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଏକତା ଛକ ଠାରେ ଅନ୍ତିମ ଦର୍ଶନ ନିମନ୍ତେ କିଛି ସମୟ ପାର୍ଥିବ ଶରୀରକୁ ରଖିଥିଲେ ତା ପରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ପାର୍ଥିବ ଶରୀର ଖରିଆର ରୋଡ କୁ ଫେରାଇ ନେଇ ଅନ୍ତିମ ଦର୍ଶନ ପାଇଁ ଜ୍ଞାନ ଜ୍ୟୋତି ବିଦ୍ୟାଳୟ ଖରିଆର ରୋଡ ଠାରେ ତାଙ୍କ ପାର୍ଥିବ ଶରୀର ରଖି ଅନ୍ତିମ ଦର୍ଶନ କରିବାକୁ ବ୍ୟବସ୍ଥା କରିଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାଶ ଓ ଏସପି ଅମରିତ ପାଲ ସିଂ ଶେଷ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷ ରେ ଏକ ବିରାଟ ଶୋଭା ଯାତ୍ରାରେ ପାର୍ଥିବ ଶରୀରକୁ ଜୋଙ୍କ ନଦୀକୂଳ ସ୍ଥିତ ମୁକ୍ତିଧାମ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି।
ଜନପ୍ରିୟ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପାର୍ଥିବ ଶରୀର ଆଜି ପଞ୍ଚତତ୍ତ୍ଵ ରେ ବିଲିନ।
ହଜାର ହଜାର ଲୋକ କଲେ ଅନ୍ତିମ ଦର୍ଶନ।
97